ଛାତରୁ ଖସିପଡି ସ୍ଵର୍ଣ ଋଣ ପ୍ରଦାନକାରୀ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍ ଙ୍କ ମୃତ୍ୟୁ

ଜେ ବି ଏନ, ୦୭/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ସୁନା ବଦଳେ ଋଣ ଦେଉଥିବା କମ୍ପାନୀ ମୁଥୁଟ ଗୁପ ଚେୟାରମ୍ୟାନ୍ ଏମ.ଜି. ଜର୍ଜ ମୁଥୁଟଙ୍କ ପରଲୋକ ହୋଇଛି l ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଦିଲ୍ଲୀର ଇଷ୍ଟ ଅଫ କୈଳାଶସ୍ଥିତ ବାସଭବନ ଛାତରୁ ସେ ଖସିପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ମୃତ୍ୟୁର କାରଣ ଜାଣିବା ଲାଗି ପୋଷ୍ଟମର୍ଟମ ନିମନ୍ତେ ଶନିବାର ପର୍ଯ୍ୟନ୍ତ ରଖାଯାଇଥିଲା । ଶନିବାର ଡାକ୍ତରମାନେ ତାଙ୍କର ପୋଷ୍ଟମର୍ଟମ କରିଥିବା ବେଳେ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିରେ ତାଙ୍କର ପଡିଯିବା ଯୋଗୁ ଆଘାତକାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ।



