ନେତାଜୀ ଯୁବକ ସଂଘ ଓ ଜଗନ୍ନାଥ ଯୁବ ପରିଷଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଏସି କୃଷ୍ଣାନନ୍ଦପୁର କ୍ରିକେଟ ଟିମକୁ ହରାଇ କୁଜଙ୍ଗ ଆଥେଲେଟିକ କ୍ରିକେଟ ଟିମ ବିଜୟୀ,

ଜେ ବି ଏନ, ୦୭/୦୩/୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଠାରେ ନେତାଜୀ ଯୁବକ ସଂଘ ଓ ଜଗନ୍ନାଥ ଯୁବପରିଷଦ ଆନୁକୁଲ୍ୟରେ ଜ୍ୟୋତି ରଞ୍ଜନ ପରିଡା ରାଉତ ସ୍ମାରକୀ ୧୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି,! ଏହି ଫାଇନାଲ ମ୍ୟାଚ ବିଏସି କୃଷ୍ଣାନନ୍ଦପୁର ଓ କୁଜଙ୍ଗ ଆଥେଲେଟିକ କ୍ରିକେଟ ଟିମ ମଧ୍ୟରେ ମୁକାବିଲା ହେଇଥିଲା,! ୨୦ ଓଭର ବିଶିଷ୍ଟ ମ୍ୟାଚରେ କ୍ରିଷ୍ଣାନନ୍ଦପୁର କ୍ରିକେଟ ଟିମ ଟସ୍ ଜିତି ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୨ ରନ କରିଥିଲା, ! ତାର ଜବାବରେ କୁଜଙ୍ଗ କ୍ରିକେଟ ଟିମ ୧୮.୪ ଓଭର ଚାଲୁଥିବା ସମୟରେ ୨ ୱିକେଟ୍ ରେ ୧୭୩ ରନ କରି ବିଜୟ ହାସଲ କରିଥିଲା,!ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୂଚନା ଲୋକସମ୍ପର୍କ ଓ ଜଳସମ୍ପଦ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁ ନନ୍ଦନ ଦାସ, ! ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା,! ଶ୍ରମିକ ନେତା ଗୋଲକ ଚନ୍ଦ୍ର ନାୟକ, ! ମୋ କଲେଜ୍ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ତନ୍ମୟ ସ୍ବାଇଁ,! ,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ,!




