ଉତ୍କଳ ମହିଳା ସମିତି ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଜେ ବି ଏନ, ୦୮/୦୩ /୨୦୨୧, (ରିପୋର୍ଟ,
ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ମାର୍ଚ୍ଚ ଆଠ ତାରିଖ କୁ ପ୍ରତିବର୍ଷ ବିଶ୍ୱ ମହିଳା ଦିବସ ପାଳନ କରାଯାଏ, ! ଏହି ଅବସରରେ ମହିଳାମାନଙ୍କ ଉପରେ କ୍ରମଵର୍ଦ୍ଧିଷ୍ଠୁ ହିଂସା , ଅତ୍ୟାଚାର ,ଲିଙ୍ଗଗତ ବୈଷମ୍ୟ , ଅବହେଳିତ ଓ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ସୁରକ୍ଷା ନିମନ୍ତେ ସୁନିଶ୍ଚିତ ପଦକ୍ଷେପ ନେବାକୁ ଉତ୍କଳ ମହିଳା ସମିତି (ଏନ୍ ଏଫ୍ ଆଇ ଡଵ୍ଲ୍ଯୁ), ଜଗତସିଂହପୁର ଜିଲ୍ଲା ମହିଳା ଶାଖା ତରଫରୁ ଜିଲ୍ଲାପାଳଙ୍କ ଠାରେ ଏକ ୭ ଦଫା ସମ୍ବଳିତ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଏନ୍ ଏଫ୍ ଆଇ ଡଵ୍ଲ୍ଯୁ , ରାଜ୍ୟ ଶାଖା ସଂଯୋଜିକା କୃଷ୍ଣପ୍ରିୟା ମିଶ୍ର, ଜିଲ୍ଲା ସଂପାଦିକା ଜିନ୍ମୟୀ ସାହାଣୀ, ସଦସ୍ଯା ରୋଜାଲିନ ଦାଶ ପ୍ରମୁଖ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଜଗତସିଂହପୁର ବଜାରର ଟାଉନ୍ ହଲ୍ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଏଥିରେ ପ୍ରାୟ ଶତାଧିକ ମହିଳା ସଦସ୍ୟମାନେ ଯୋଗଦେଇଥିଲେ ।



