
ବିଶ୍ଵ ମହିଳା ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା
ଜେ ବି ଏନ(ସୁବ୍ରତ କୁମାର /ଶୁଭମ ପାଣି) ୦୮/୦୩/୨୦୨୧ ଢେଙ୍କାନାଳ : : ମାର୍ଚ୍ଚ ୦୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ସମସ୍ତ ମା ମାଉସୀ, ଭଉଣୀ ଓ ମହିଳା ସମାଜ କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଆଜିର ଆଧୁନିକ ଯୁଗରେ ବିଶ୍ୱର ସମସ୍ତ କ୍ଷେତ୍ରରେ ମହିଳା ମାନେ ଆଗରେ ଓ ସ୍ୱାବଲମ୍ବୀ ହୋଇ ପାରି ଅଛନ୍ତି, ଏହା କେବଳ ନିଷ୍ଠା, ଦୃଢ଼ ଇଛାଶକ୍ତି, ଦୃଢ଼ ମନୋବଳ ଉଲ୍ଲେଖନିୟ କାର୍ଯ୍ୟ ଓ ଆତ୍ମ ବିଶ୍ୱାସ ପାଇଁ ସମ୍ଭବ ହୋଇ ପାରି ଅଛି, ଯାହା ବିଶ୍ୱ ଦରବାରରେ ନାରୀ ସଶକ୍ତିକରଣ ପ୍ରମାଣିତ ହୋଇପାରି ଅଛି। ବଡ଼ ଦୁଃଖର ବିଷୟ ଆମ ଦେଶରେ ମହିଳା ସମାଜ ଓ ନାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁ ଅଛନ୍ତି। ଏହାର କାରଣ ହେଲା ଲୋକମାନଙ୍କର ସର୍ବ ସମ୍ମୁଖରେ ଦିନ ଦ୍ୱୀପହରେ ନାରୀ ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ଯୁବତୀ ମାନଙ୍କୁ ଦେଶ ବିଦେଶ ଚାଲାଣ, ଗଣ ଧର୍ଷଣ ବଳାତ୍କାର, ଭଳି ଘଟଣା ଘଟୁ ଥିଲେ ମନ୍ଧ୍ୟ, ଆମର ଆଇନ ବ୍ୟବସ୍ଥା ରେ କିଛି ଭୁଲ ନିର୍ଣ୍ଣୟ ପାଇଁ ସେମାନେ କୌଣସି ମତେ କେବେ ନ୍ୟାୟ ପାଇ ପାରୁ ନାହାଁନ୍ତି।

କୋର୍ଟ କଚେରୀ ଥାନା ରେ ଦିନ ପରେ ଦିନ ତାରିଖ ପରେ ତାରିଖ ଗଡି ଚାଲୁଅଛି, କିନ୍ତୁ ମହିଳା ଟିଏ ନ୍ୟାୟ ପାଇ ପାରୁ ନାହିଁ। ଯାହା ଫଳରେ ଶେଷରେ ଜୀବନ ହାରି ଦେଉ ଅଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିକଟରେ ହିମାଂଶୁ ଙ୍କ ପକ୍ଷରୁ ନିବେଦନ ଦେଶ ଓ ରାଜ୍ୟରେ ମହିଳା ମାନଙ୍କ ବିରୋଧରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ନୂତନ ଆଇନ ନୀତି ପ୍ରଣୟନ କରି ଦୋଷୀ ଓ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,। କୋର୍ଟ କଚେରୀ ଥାନାରେ ବର୍ଷ ବର୍ଷ ଧରି ମାମଲା ପଡି ରହୁ ଅଛି ଏହା ଦ୍ୱାରା ଆମର ରାଜସ୍ବ ଅର୍ଥ ହାନି ହେଉ ଅଛି । ଏହି ଭଳି ଘୃଣ୍ୟ କାର୍ଯ୍ୟ ଅପରାଧ ରେ ସାମିଲ ହେଉ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଅତି କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ଯାହା ଫଳରେ ଅପରାଧୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇ ପାରିବ। ଏବଂ ମହିଳା ମାନେ ଶାନ୍ତି ରେ ନିଶ୍ୱାସ ନେଇ ପାରିବେ ନିଜର ଅଧିକାରୀ ସବସ୍ତ୍ୟ କରି ପାରିବେ ଏହା ହିଁ ହେବ ମହିଳା ସମାଜ ଓ ନାରୀ ମାନଙ୍କ ପାଇଁ ହେବ ଶ୍ରେଷ୍ଠ ସମ୍ମାନ।



