ଫୁଲପଡା ମଣ୍ଡିରେ ଅବ୍ୟବସ୍ଥା, ଚାଷୀ ମାନଙ୍କ ଆନ୍ଦୋଳନ

ଜେ ବି ଏନ, ୦୮/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଟୋକନ ଅନୁସାରେ ମିଲର ଧାନ ନେଉନଥିବାରୁ ଚାଷୀ ଅସନ୍ତୋଷ ଝାଡ଼ିବା ସହ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ଚାଷୀ ପେଟ୍ରୋଲ ଧରିଥିବା ମଧ୍ୟ ଦେଖିବାକୁ ମିଳିଛି। ପ୍ରଶାସନିକ ଅଧିକାରୀ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ପ୍ରଶାସନ ପହଁଚି ଚାଷୀ ମାନଙ୍କ ଦୁଃଖ ବୁଝିବାକୁ ଦାବି କରିଛନ୍ତି। ନହେଲେ ଗାଡି ତଳେ ଶୋଇକି ଆତ୍ମହତ୍ୟା କରିବାକୁ ଚାଷୀ ଧମକ ଦେଇଛନ୍ତି। ଫୁଲପଡା ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ହୋ ହାଲା ଦେଖିବାକୁ ମିଳିଛି। ଟୋକନ ଅନୁସାରେ ମିଲର କାହିଁକି ଧାନ ନେଉନି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଘଟଣା ସ୍ଥଳରେ ମହିଧରପୁର ଫାଣ୍ଡି ଅଧିକାରୀ ପହଁଚି ଚାଷୀମାନଙ୍କୁ ବୁଝାସୁଝା କରିଛନ୍ତି।



