
ଭାରସ୍ୟାମ ହରାଇ ଓଲଟିଲା ଟ୍ରକ :ଚାଳକ ଆହତ
ଜେ ବି ଏନ(ସୁଶାନ୍ତ କୁମାର /ଶୁଭମ ପାଣି) ୦୯/୦୩ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଶିଶୁ ମନ୍ଦିର ନିକଟରେ ସିମେଣ୍ଟ ବୋଝେଇ ଟ୍ରକ(OR 09 G 0045) ଭରସାମ୍ୟ ହରାଇ ଓଲଟି ପଡିଛି ।
ଟ୍ରକଟି କପିଳାସ ପାଖରୁ ଢେଙ୍କାନାଳ ଆଡ଼କୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ସ୍କୁଲ ର ପାଚେରୀ ଓ ଗେଟ ସମୁର୍ଣ୍ଣ କ୍ଷତି ହୋଇଥିବା ବେଳେ ଚାଳକ ଆହତ ହୋଇ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି ।



