ସମବାୟ ସମିତିର ବିରୋଧରେ ଦୁର୍ନିତୀ ଓ ଅବହେଳା ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ସମବାୟ ସମିତିର ମହାଦୁର୍ନିତୀ ଓ ଧାନଚାଷୀମାନଙ୍କ ପ୍ରତି ଅବହେଳା ଯୋଗୁଁ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ସୁରପ୍ରତାପପୁର ସମବାୟ ସମିତିର ପଞ୍ଜିକୃତ ଚାଷୀଙ୍କ ଅଭିଯୋଗ ଯେ ସରକାରୀ ନିୟମ ଅନୁସାରେ ଆମ୍ଭମାନଙ୍କ ନାମ ଓ ଜମିର ବିବରଣୀ ଦେଇ ସମବାୟ ସମିତି ଅଧିନରେ ପଞ୍ଜିକୃତ କରାଯାଇଅଛି । ତତ ସହିତ ଆମ୍ଭମାନଙ୍କ ଦ୍ବାରା ପ୍ରଦତ୍ତ ମୋବାଇଲ ନଂକୁ ମେସେଜ୍ ଓ ଟୋକନ ପାଇସାରିଥିଲେ ମଧ୍ୟ ଫେବୃୟାରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଚାଷୀଙ୍କ ଧାନ ମଣ୍ଡିରେ ନିଆଯାଉନାହିଁ । ସମିତିର ସଂପାଦକ ଶକ୍ତିପ୍ରସାଦ ସାଇଁଙ୍କୁ ପଚାରିଲେ ସେ ଉତ୍ତର ଦିଅନ୍ତି ଯେ କୋଟା ସରିଯାଇଅଛି । ଧାନ ବର୍ଭମାନ ନେଇ ପାରିବୁ ନାହିଁ । ଆମେ ୨୭୦ ଜଣରୁ ଉର୍ଣ୍ଣ ବାସୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ଅଛି । ଏପରିସ୍ଥଳେ ସଂପାଦକ ତାଙ୍କ ପରିବାର ସଦସ୍ୟଙ୍କ କୌଣସି ଜମି ନ ଥିବା ସୁଳେ ୫ ଟି ଖାତା ଖୋଲି ତହିଁରେ କଳାବଜାରୀ କରିବା ସହିତ ନିରୀହ ଭୂମିହୀନ ଲୋକଙ୍କ ନାମରେ ଅନ୍ୟମାନଙ୍କ ଜମି ପଟାର ନମ୍ବର ଦେଇ ୧୦୦ ରୁ ଅଧିକ ଖାତା ଖୋଲିଛନ୍ତି । ସରକାରୀ ସ୍ଵଚ୍ଛତାକୁ ଏହିପରି ଭାବରେ ସେ ଦୂର୍ନିତୀର ରାସ୍ତା ଆପଣାଇଛନ୍ତି । ବାରମ୍ବାର କହିଲେ ମଧ୍ୟ କୌଣସି ସରକାରୀ ଚିଠି ବା ନିର୍ଦ୍ଦେଶନାମା ଦେଖାଉନାହାଁନ୍ତି । ଯଦ୍ଵାରା ସର୍ବସାଧାରଣ ଓ ଗରୀବ ଚାଷୀ ଧାନ ବିକ୍ରୟ କରିବାରୁ ବଞ୍ଚିତ ହୋଇ ରୁଣଗସ୍ତ ହେବା ସହିତ ମାନସିକ ଭାରସାମ୍ୟ ହରାଇ ବସିଲେଣି । ଆପଣ ଏହାର ଉପଯୁକ୍ତ ବିଚାର କରି ଚାଷୀମାନଙ୍କ ଧାନ ଉଠାଣ ନିମନ୍ତେ ସୁବ୍ୟବସ୍ଥା କରିବା ସହିତ ନ୍ୟାୟ ପ୍ରଦାନ କଲେ ସୁରପ୍ରତାପପୁର ସମବାୟ ସମିତିର ୨୭୦ ରୁ ଉର୍ଦ୍ଧ ଚାଷୀ ଲାଭବାନ ହେବା ସହିତ ସଂପାଦକଙ୍କ ଦ୍ବାରା ହୋଇଥିବା ଜେଳାଙ୍କରୀର ପଦ୍ଧି ଫାସ୍ ହୋଇ ପାରିବ ଓ ଉପଯୁକ୍ତ ଦଣ୍ଡ ବିଧାନ ନିମନ୍ତେ ଆମେ ଆପଣଙ୍କ ଶ୍ରୀ ଛାମୁରେ ନମ୍ରତାର ସହ ଜଣାଉଛୁ । ଯଦି ଏହାର କୌଣସି ସୁବ୍ୟବସ୍ଥା ୭ ଦିନ ମଧ୍ୟରେ କରାନଯାଏ ତେବେ ୨୭୦ ଜଣ ଚାଷୀ ଟିପିଲେଇ ଛକ ସ୍ଥିତ ରାଜରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବୁ ।



