ଟୋକନ ପାଇବା ପରେ ଧାନ ମଣ୍ଡି ବନ୍ଦ ଯୋଗୁ୍ ଚାଷୀ ଅସନ୍ତୋଷ : ଜିଲ୍ଲାପାଳଙ୍କୁ ଫେରାଦ

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ ବିନୋଦ ନାୟକ /ଶୁଭମ ପାଣି) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଚାଷୀ ମାନେ ଘଟିଗିରି ପ୍ରାଥମିକ କୃଷି ସମବାୟ ସମିତି ଘଟିଗିରି ଅଧୀନ ଧାନ ମଣ୍ଡି ରେ ଧାନ କିଣିବା ପାଇଁ ପଞ୍ଜୀକରଣ କରିଥିଲେ। ଚାଷୀଙ୍କ ପାଖକୁ ଟୋକନ ଧାନ ଦବା ତାରିଖ ଇତ୍ୟାଦି ମେସେଜ୍ ଆସିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଧାନ ମଣ୍ଡି ଗତ ତା. ୦୨/୦୩ /୨୦୨୧ ରିଖ ଠାରୁ ବନ୍ଦ ହୋଇଯାଇଛି।ଚାଷୀ ମାନଙ୍କ ଭିତରୁ ଅନେକଙ୍କ ତାରିଖ ଅତିକ୍ରମ କରାଗଲାଣି ଓ ଅନେକଙ୍କ ନିକଟରେ ଅତିକ୍ରମ ହୋଇଯିବାର ସମ୍ଭାବନା ରହିଛି।ସମ୍ପାଦକ ଧାନ ମଣ୍ଡି କୁ ଆଣିବାକୁ ଅନୁମତି ଦେଇ ନାହାନ୍ତି। ଗ୍ରାମ ପଞ୍ଚାୟତ ମଣ୍ଡି ଆରମ୍ଭରେ କିଛି ଦିନ ପରେ ଟୋକନ କୁ ସମ୍ପାଦିକ ଏପଟ ସେପଟ କରି ଧାନ କ୍ରୟ କରିଛନ୍ତି।ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଜି ଏ ଡି ଏମ୍ ଶ୍ରୀ ଶଶାଙ୍କ ଶେଖର ଦାସ ନିକଟରେ ଘଟିପିରି ପଞ୍ଚାୟତ ର ଚାଷୀ ଅଭିଯୋଗ ଆଣି ନିଜର ଦାବି ଦାଖଲ କରିଛନ୍ତି।



