ପରିବେଶ ସୁରକ୍ଷା ଅଭିଯାନ/ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ମହାତ୍ମାଗାନ୍ଧୀ ଜୁନିଅର୍ ମହାବିଦ୍ୟାଳୟ, ଭୁକ୍ତା

ଜେ. ବି. ଏନ୍ (୧୨/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ), ଆମ୍ବାଭୋନା,: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ତରଫ ରୁ ପରିବେଶ ସୁରକ୍ଷା ତଥା ସଫେଇ ଅଭିଯାନ ହୋଇଛି ଏହି ଅବସରରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଧ୍ରୁବ ଚରଣ ସା ଙ୍କ ତତ୍ଵାବଧାନରେ ରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ଙ୍କ ଉପସ୍ଥିତି ରେ ଜାତୀୟ ସ୍ବେଚ୍ଛାସେବୀ ସଂଗଠନର ସ୍ବେଛସେବୀ ମାନେ ମହାବିଦ୍ୟାଳୟ ପରିସର ତଥା ପରିସର ବାହାରେ ସଫେଇ କାର୍ଯ୍ୟ କରିଥିଲେ, କିଛିଦିନ ଆଗରୁ ସଡ଼କ ସୁରକ୍ଷା ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ଲୋକଙ୍କୁ ସଚେତନ କରି ,ଏବେ ଏକ ସ୍ୱଚ୍ଛ ପରିବେଶ କରିବାର ପ୍ରୟାସ ଜାରି ରଖିଛନ୍ତି। ଏହି ଅବସର ରେ ଏନ ଏସ ଏସ ପିଓ ଅଧ୍ୟାପକ ସୁରେଶ ଭୋଇ,ମହାବିଦ୍ୟାଳୟ ର କର୍ମଚାରୀ ବିଜୟ ପାଣ୍ଡେ, ନରେନ୍ ସେନ୍ଦ୍ରୀୟା,ନରସିଂହ ରାଉତ ସଫେଇ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।



