ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟ କେନାଲକୁ ଓଲଟିଲା ପିକନିକ ବସ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବସରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଅଞ୍ଚଳର ଯାତ୍ରୀଙ୍କୁ ନେଇ ନୀଳମାଧବ ବସଟି ହରିଶଙ୍କର ପିକନିକ ଯାଇଥୀଲା । ପିକନିକ ସାରି ଘରକୁ ଫେରୁଥିବା ସମୟରେ ବସଟି ବ୍ରିଜ ତଳକୁ ଓଲଟି ପଡିଥିଲା ପୋଲିସ ସହାୟତରେ ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କିଛି ଅଧିକ ଗୁରୁତ୍ତର ଥିବା ଯାତ୍ରୀଙ୍କୁ କଟକ ଏସ୍ ସି ବି ସ୍ଥାନାନ୍ତରିତ କରାଯାଇଛି । ମୃତକ ହେଲେ ରେଣୁବାଳା ଜେନା ଓ ବିଜୟ ଲକ୍ଷ୍ମୀ ସ୍ବାଇଁ କେନ୍ଦ୍ରାପଡ଼ା ଇଚ୍ଛାପୁର ଗ୍ରାମ ର ଦୁଇ ଜଣ ମହିଳା ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)