*ହିନ୍ଦୋଳ ଆରାଧ୍ୟ ଦେବୀ ମା ରଙ୍କେଇ ଓ ହିନ୍ଦୋଳ ଥାନା ପରିସର ତ୍ରିନାଥ ମନ୍ଦିର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

।*
*ହିନ୍ଦୋଳ* ୨୬-୦୧-୨୩- ହିନ୍ଦୋଳ ଉପଖଣ୍ଡ ଥାନା ପରିସରରେ ଶ୍ରୀ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଧୁମଧାମ ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଥାନା ଅଧିକାରୀ ଯୋଗଳ କୁମାର ଦାସ ଯୋଗ ଦାନ କରିଥିଲେ। ବାର୍ଷିକ ଉତ୍ସବ ଉପଲକ୍ଷେ ହିନ୍ଦୋଳ ଥାନା ପରିସରରେ ନାମ ସଂକ୍ରିତନ ସହ ହୁମ ଯଜ୍ଞ ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ହିନ୍ଦୋଳ ର ଅଧିଷ୍ଠାତ୍ରୀ ଦେବୀ ମା ରଙ୍କେଇ ମନ୍ଦିର ପରିସରରେ ମଧ୍ୟ ଧୁମଧାମ ର ସହ ମଧ୍ୟ ମା ଙ୍କ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଭକ୍ତି ମୟ ପରିବେଶ ସହ ମା ଙ୍କ ଦିବ୍ୟ ଦର୍ଶନ କରିଥିଲେ ଭକ୍ତ ଗଣ ଓ ଆନନ୍ଦର ସହ ପ୍ରସାଦ ସେବନ କରିଥିଲେ ଅଞ୍ଚଳ ବାସୀ। ହିନ୍ଦୋଳ ଥାନା ପରିସରରେ ଶ୍ରୀ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବଟି ଥାନା ଅଧିକlରିଣୀ ଚାରୁଲତା ବେହେରା ଙ୍କ ତତ୍ୱlବୋଧନରେ ବେଶ ସୁରୁଖୁରୁରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ଷ୍ଟlପ, ସ୍ଥାନୀୟ ସାମ୍ବାଦିକ ଓ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !




