ଅଭିବାଦନ ଗ୍ରହଣ କଲେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଭୁବନେଶ୍ୱର , ୨୬ / ୦୧ / ୨୦୨୩ : ରାଜଧାନୀ ଭୁବନେଶ୍ଵରର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ ।
ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ସ୍ଵରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ , ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ସୌମେନ୍ ବାନାର୍ଜୀ ମାନ୍ୟବର ରାଜ୍ୟପାଳଙ୍କୁ ସ୍ଵାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ପ୍ରଫେସର ଶ୍ରୀ ଡଃ ଗଣେଶୀ ଲାଲ ୮.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଳାହାଣ୍ଡି ଏ.ଏସ୍.ପି. ଶ୍ରୀ ୟଶ୍ଚପ୍ରତାପ ଶ୍ରୀମାଲ୍ ପ୍ୟାରେଡ୍ ପରିଚାଳନା କରିଥିଲେ । ଓ.ଏ.ପି.ଏସ୍ . , ତୃତୀୟ ବାଟାଲିୟନ୍ , କୋରାପୁଟର ଶ୍ରୀ ଦୀପକ କୁମାର ଗଡ଼ନାୟକ ଦ୍ଵିତୀୟ ପରିଚାଳକ ଭାବେ ଏବଂ ଭୁବନେଶ୍ବର ଓ.ଏସ୍.ଏ.ପି. ସପ୍ତମ ବାଟାଲିୟନ୍ର ଆସିଷ୍ଟାଣ୍ଟ କମିଶନର ଶ୍ରୀ ଭବାନୀ ପ୍ରସାଦ ଜେନା ଆଡ଼କୁଟାଣ୍ଟ ଭାବେ ପ୍ୟାରେଡ୍ ପରିଚାଳନାରେ ସହାୟତା କରିଥିଲେ । ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ଵାରା ଜାତୀୟ ସଂଗୀତ ବାଦନ ପରେ ୧୮ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୮ଟି ବେସାମରିକ ଦଳ ସମୁଦାୟ ୪୬ଟି ଦଳ ମିଳିତ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିଲେ ।
ସମ୍ମିଳିତ ପ୍ୟାରେଡ୍ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଶ୍ରୀ ଶ୍ରୀ ବାଲଙ୍କେଶ୍ଵର ପଶୁମୁଖା ସଂସଦ ପକ୍ଷରୁ ପଶୁମୁଖା ନୃତ୍ୟ ଓ ଘଣ୍ଟ ମୃଦଙ୍ଗ , ବୌଦ୍ଧ ଜିଲ୍ଲା ଶ୍ରୀଜଗନ୍ନାଥ ଯୁବକ ସଂଘ ପକ୍ଷରୁ ଶବର- ଶବରୁଣୀ , କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ପକ୍ଷରୁ ବଜାଶାଲ , ସିଂଘାରୀ ଓ ଘୁମୁରା ନୃତ୍ୟ ଏବଂ ରାୟଗଡ଼ା ଜିଲ୍ଲା ଗାୟତ୍ରୀ କଳା ସଂଗଠନ ପକ୍ଷରୁ ଢେମ୍ସା ଜନଜାତି ନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁଗ୍ଧକର କରିଥିଲା । ଏହା ପରେ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ( ଆଦି ଅନ୍ନ – ମିଲେଟ୍ ମିଶନ ) , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ( ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ) , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ( ଓଡ଼ିଶା ଆଦର୍ଶ ବିଦ୍ୟାଳୟ ) , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ( ଗ୍ରାମ୍ୟ ଜଳଯୋଗାଣ ) , ପୂର୍ବ ବିଭାଗ ( ଭିଭିଭୂମି ବିକାଶ ପ୍ରକଳ୍ପ ) , ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ( ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ) , ପର୍ଯ୍ୟଟନ ବିଭାଗ ( ବୌଦ୍ଧ ସର୍କିଟ ) , ଓଡ଼ିଶା ରାଜ୍ୟ ଏଡସ୍ ନିରାକରଣ ସମିତି ( ଏଡସ୍ ସଚେତନତା ) , ଓଡ଼ିଶା ଖଣି ନିଗମ ( ପାରିପାର୍ଶ୍ଵକ ବିକାଶ କାର୍ଯ୍ୟକ୍ରମ ) , ଓଡ଼ିଶା ଅଗ୍ନିଶମ ସେବ ଯାନ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା , ସୂଚନା ଓ ସଂଜୟ କୁମାର ସିଂ , ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ ‘ ଟି ’ ) ଶ୍ରୀ ଭି.କେ. ପାଣ୍ଡିଆନ୍ ଏବଂ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ , ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ , ସହନିର୍ଦ୍ଦେଶକ ( କ୍ଷେତ୍ର ) ଏବଂ ଡ . ମୃତ୍ୟୁଜୟ ରଥ ସଂଯୋଜନା କରିଥିଲେ ।




