କଂସ ବଧ ସହ ଚିଚୋଳି ଧନୁଯାତ୍ରା ମହୋତ୍ସବ ଉଦଯାପିତ



।
=================
02/02/2023 — ସାତ ଦିନ ଧରି ଚାଲିଥିବା ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଚିଚୋଲି ଗ୍ରାମ ରୁ ଧନୁଯାତ୍ରା ମହୋତ୍ସବ ରେ କଂସ ଙ୍କ ବଧ ସହ ଉଦଯାପିତ ହୋଇଯାଇଛି।ରୋପ୍ଯଜୟନ୍ତୀ ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ମଥୁରା ନଗରୀରେ ଶିବଧନୁ ଭଙ୍ଗ,କୁବଳୟା ଉଦ୍ଧାର, ମୃଗୟା ହସ୍ତୀ ବଧ , କୃଷ୍ଣ ବଳରାମ ଙ୍କ ସହ କଂସ ଙ୍କ ଘମାଘୋଟ ଯୁଦ୍ଧ ,ମହାମନ୍ତ୍ରୀ ଶକ୍ରାଜିତ କୃଷ୍ଣ ଙ୍କୁ ଶରଣାପନ୍ନ, କଂସ ବଧ, ଉଗ୍ରସେନ ଙ୍କ ରାଜଭିଷେକ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ଚିଚୋଳି ଗ୍ରାମ ର କୁମ୍ଭାରପଡ଼ା ମଥୁରା ନଗରୀ ପାଲଟି ଥିବା ବେଳେ ସ୍କୁଲପଡା ଗୋପନଗରୀ ପାଳଟିଛି। କଂସ ଭୂମିକାରେ ଗୋପାଳ ପଣ୍ଡା ଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବେଶ୍ ମନମୁଗ୍ଧ କରି ଥିଲା । ଉଗ୍ରସେନ ଭୁମିକାରେ ମନୋହର ପ୍ରଧାନ,ମହାମନ୍ତ୍ରୀ ଅରୁଣ କରସାଲ,ନାରଦ ପାର୍ଥ ଭାଟି, ସେନାପତି କ୍ଷିରସାଗର ସାହୁ , ଅକ୍ରୁର କବିର ଗହୀର, ବସୁଦେବ ତୂଳାରାମ ଭୁଏ,ଚାଣ୍ଡୁର ପୁର୍ଣ୍ଣାନନ୍ଦ ସାହୁ, ମୁଷ୍ଟିକ ରିଙ୍କୁ ସାହୁ ଆଦି କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ଯୁବନେତା ସୁବ୍ରତ ସିଂ ଙ୍କ ସହିତ ବହୁତ ମାନ୍ଯ ଗନ୍ୟ ବ୍ଯକ୍ତି ଧନୁଯାତ୍ରାର ଉଦଯାପନୀ ଅବସରରେ ଯୋଗଦେଇ ଥିଲେ। ଶାନ୍ତି ଶୃଙ୍ଖଳା ର ସହ ଚିଚୋଳି ଧନୁଯାତ୍ରା ମହୋତ୍ସବ ସମାପନ ହୋଇଥିବାରୁ ସଭାପତି ଦୀନମଣୀ ସା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ମାତ୍ରା ରେ ଜନସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଅମ୍ବାଭୋନା ପୋଲିସ ମୁତୟନ କରାଯାଇଥିଲା । ବିଜୁଳି ଦୋଲି, ମୀନା ବଜାର, ଚାର୍ଟ ଗୁପଚୁପ ପସରା ରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚିଚୋଲି ଗ୍ରାମ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)