ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର ପନ୍ଦରଭରଣୀଆ ବାସିନ୍ଦା ପାଣି ପାଇଁ ଓଡିଶା ବିଧାନସଭା ଉପବାଚସ୍ପତି ଙ୍କୁ ନେହୁରା ହୋଇଛନ୍ତି । ବିଜୁ ସେତୁ ଯୋଜନାରେ ଏକ ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ ଓ ତାଳଚେର ବିଧାୟକ୍ ବ୍ରଜକିଶୋର ପ୍ରଧାନ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିଲା। ବୁଢ଼ାପଙ୍କ ଗ୍ରାମ ଦେଇ ଶୋଭାଯାତ୍ରା କରି ଯିବା ସମୟରେ ପନ୍ଦରଭରଣୀଆ ଗ୍ରାମ ର ମହିଳା ଓ ପୁରୁଷ ମାନେ ରାସ୍ତା ଅବରୋଧ କରି ପାଣି ପାଇଁ ନେହୁରା ହୋଇଥିଲେ। ସେଠାରେ ଉପବାଚସ୍ପତି ଗ୍ରାମବାସୀଙ୍କୁ ଜଣାଇଥିଲେ କି ଯଥାଶୀଘ୍ର ଜିଲ୍ଲା ରେ ମେଘା ଜଳ ଯୋଗାଣ କାର୍ଯ୍ୟକ୍ରମ ଚାଲିଛି ଓ ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁ କୁ ନଜରରେ ରଖି ବିଭିନ୍ନ ଶିଳ୍ପ ସଂସ୍ଥା ପକ୍ଷରୁ ଗ୍ରାମକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କୁ ତ୍ୱରାନିତ କରାଯାଇଛି। ଏହି ଖବର୍ ଜାଣିପାରି ଖୁସି ହୋଇ ଗ୍ରାମବାସୀ ରାସ୍ତା ଅବରୋଧ ରୁ ହଟିଥିଲେ।

April 18, 2026/
No Comments



