ଢେଙ୍କାନାଳ ପୂର୍ବତନ ସୈନିକ ସଂଘର ସାଧାରଣ ବୈଠକ
ଢେଙ୍କାନାଳ , ୧୨ / ୦୨ : ଢେଙ୍କାନାଳ ପୂର୍ବତନ ସୈନିକ ସଂଘର ସାଧାରଣ ବୈଠକ ଲେଖକ ସଂସଦ ଭବନରେ ଅନୁଷ୍ଠିତ ହୋଇଯାଇଅଛି । କରୋନା ମହାମାରୀ କାରଣରୁ ଦୀର୍ଘ ୩ବର୍ଷ ୮ ମାସ ପରେ ଏହି ସାଧାରଣ ସଭାର ଆୟୋଜନ କରାଯାଇ ସେଥ୍ରେ ନୂତନ କର୍ମକର୍ତାଙ୍କ ନିର୍ବାଚନ କରାଯାଇଥିଲା । ନୂତନ କର୍ମକର୍ତା ହିସାବରେ କୈଳାସ ଚନ୍ଦ୍ର ରାଉତ – ସଭାପତି , ବିମଳ କୁମାର ଶତପଥୀ ଓ ବିଭୁତି ନନ୍ଦ – ଉପସଭାପତି , ସଂଜୟ କୁମାର ପଣ୍ଡା – ସଂପାଦକ , ସୁବାଷ ଚନ୍ଦ୍ର ହୋତା – ଯୁଗ୍ମ ସଂପାଦକ ଓ ଅଖେଳ କୁମାର ରାଉତଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା ।




