ହୁଲୁରିସିଙ୍ଗା ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି
ଅନୁଗୋଳ ସହର ହୁରୁରିସିଙ୍ଗା ରୁ ଗତକାଲି (16.02.2023) ତାରିଖ ଦିନ ଜଣେ ମହିଳା ଙ୍କର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛଦ କରାଇବା ସହ ତଦନ୍ତ ଜାରି ରଖିଛି ଅନୁଗୋଳ ପୋଲିସ। ସୂଚନା ଯେ, ତାଳଚେର ବାଳୁଙ୍ଗା ଗ୍ରାମର ନକୁଳ ବେହେରା ଙ୍କ ଝିଅ ସୁପ୍ରଭା ବେହେରା ହୁଲୁରିସିଙ୍ଗା ରେ 2017 ମସିହା ରେ କାହ୍ନୁ ଦେହୁରୀ ଙ୍କୁ ବିବାହ କରିଥିଲେ। ବିବାହର 7 ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପିଲା ଛୁଆ ନଥିଲା ଏହାକୁ ନେଇ ପରିବାର ରେ ଆସାନ୍ତି ଲାଗି ରହୁଥିଲା। ଗତ କାଲି ସକାଳ 11.30 ମିନିଟ୍ ସମୟ ରେ ନକୁଳ ବେହେରା ଙ୍କୁ ଫୋନ ଆସିଲା ଯେ, ତାଙ୍କ ଝିଅ ଏ ଦୁନିଆ ରେ ଆଉ ନାହିଁ ତାଙ୍କ ଝିଅ ର ମୃତ ଦେହ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିତ୍କିସାଳୟ ରେ ରଖାଯାଇଛି। ଏହା ଶୁଣି ନକୁଳ ବେହେରା ସଙ୍ଗେସଙ୍ଗେ ଅନୁଗୋଳ ଥାନାକୁ ଆସିଥିଲେ ଏବଂ ସୁପ୍ରଭା ଙ୍କ ମାଆ ନଳିନୀ ବେହେରା ଅନୁଗୋଳ ଥାନା ରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅ ଙ୍କୁ ମାରିଦିଆ ଯାଇଛି ବୋଲି ଅନୁଗୋଳ ଥାନା ଅଭିଯୋଗ ପାଇଲା ପରେ ହୁଲୁରିସିଙ୍ଗା ଯାଇ ଶବ କୁ ଜବତ କରି ତଦନ୍ତ କରିବା ସହ ଶବ କୁ ବେବଛଦ କରିଥିଲି।
ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍




