ଗାନ୍ଧୀବାଦୀ ଓ ନିଶାନିବାରଣ ର ପୂରୋଧା ଅଚ୍ୟୁତାନନ୍ଦ ସାମଲଙ୍କ ଏକାଦଶାହରେ ସ୍କୁତିସଭା ଓ ପ୍ରଣାମ୍ୟ ଅଚ୍ୟୁତ ପତ୍ରିକା ଉନ୍ମୋଚନ





ବିଷୟ _____ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଓ ଗାନ୍ଧିବାଦୀ ସମାଜସେବୀ ଏବଂ ପୃର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ସାମଲଙ୍କ ଦେହାନ୍ତ ପରେ ତାଙ୍କ ଏକାଦଶହରେ ତାଙ୍କର ସ୍କୁତିସଭା ଓ ପ୍ରଣାମ୍ୟ ଅଚ୍ୟୁତ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୃର୍ବତନ ବିଧାୟକ ତଥା ବିଶିଷ୍ଟ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ଆନ୍ଦୋଳନର ପୁରୋଧା ପଦ୍ମଚରଣ ନାୟକ ।ଏହି ସ୍କୁତିସଭାରେ ସଭାପତିତ୍ବରେ କରିଥିଲେ ଶିକ୍ଷାବିତ ପ୍ରବୋଧ ସାମଲ । ଅନ୍ୟମାନଙ୍କ ମଧ୍ୟରେ ଡଃ ଭାଗ୍ୟଧର ସାହ, ଅର୍ଜ୍ଜନ ଚରଣ ରାଉତ, ଅଧ୍ୟାପକ ସୁବାଷ ଚନ୍ଦ୍ର ବିଶ୍ବାଳ,ସୁରମୋହନ ମହାପାତ୍ର, ଡଃ ନୃସିଂହ ଚରଣ ବେହେରା, ଅଧ୍ୟାପକ ଉପେନ୍ଦ୍ର ବିଶ୍ବାଳ, ଅନ୍ତର୍ଯ୍ୟାମୀ ସାମଲ,ଶରତ କୁମାର ଜେନା, ଅମ୍ବିକା ପ୍ରସାଦ ସାମଲ, ସରୋଜ କୁମାର ସାହୁ, ଚିନ୍ତାମଣି ସାମଲ, ନିମାଇଁ ଚରଣ ରାୟ, ନିକୁଞ୍ଜ ବିହାରୀ ଭ୍ଞ ,ରମାକାନ୍ତ ମଣ୍ଡଳ ପ୍ରମୁଖ ଯୋଗଦେଇ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ରାଜ୍ୟରେ ସମାଜସେବା ସହିତ ବରୀ ସ୍ଥିତ ରମାଦେବୀ ଓ ଗୋପବନ୍ଧୁ ଆଶ୍ରମର ଉପସଭାପତି ରହିଥିଲେ।ଏହା ସହିତ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ ପାଇଁ ସେ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ।ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)