ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର
ବ୍ରହ୍ମପୁର,27.02.2023 ମହାମାୟୀ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ଅଧ୍ୟକ୍ଷ ଡଃ ଏସ୍. ନାରାୟଣ ରାଓ ଙ୍କ ଅନୁମତି କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ “ଜୈବପ୍ରଯୁକ୍ତି ବିଜ୍ଞାନ” ଶୀର୍ଷକ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ରେ ବିଭାଗୀୟ ମୁଖ୍ୟା ଡଃ ଅମିତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲାବେଳେ ଅଧ୍ୟାପିକା ସ୍ୱର୍ଣ୍ଣଲତା ପଟ୍ଟନାୟକ, ସବିତା ବାରିକ ଆଲୋଚନାରେ ଭାଗନେଇଥିଲେ । ଡେମନ ଷ୍ଟେଟର ପ୍ରିୟ ଦର୍ଶନୀ ମେକାପ କଂ ସହ ଯୋଗୀତା ରେ ସେମିନାର ସେକ୍ରେଟାରୀ ରୋଶନୀ ତ୍ରିପାଠୀ ଏବଂ ମାନସୀ ସାହୁ ସଭା ପରିଚାଳନା କରିଥିଲେ । ଶେଷ ବର୍ଷର ଛାତ୍ରୀ ଏଲ୍. ଭବାନୀ, ମଧୁସ୍ମିତା ମହାରଣା, ଭାରତୀ ବେହେରା, ଏ. ମଧୁସ୍ମିତା ଦେବୀ, ରୁକସାର ପରବିନ, ଏସ୍. ସସ୍ମିତା, ସ୍ନିଗଧା ମହାନ୍ତି ଏବଂ ଶିବାନୀ ପାତ୍ର ନିଜ ନିଜ ସଂଦର୍ଭ ପାଠ କରିଥିଲା ବେଳେ +୩ ଶେଷବର୍ଷର ସମସ୍ତ ଛାତ୍ରୀ ଉପସ୍ଥିତ ରହି ପାଠଚକ୍ରକୁ ସାଫଲ୍ୟ କରିଥିଲେ ।
ରିପୋର୍ଟ… ରୂପକ ମହାନ୍ତି.




