ଯୁବକ ଙ୍କୁ ଦଳିଦେଲା ଟ୍ରକ 

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ଟ୍ରକ୍ ମାଡିଯିବାରୁ ଵାଇକ ଚାଳକ ଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।ମୃତକ ଜଣଙ୍କ ହେଲେ ବଣୁଆଁ ଗ୍ରାମର ମୁକୁନ୍ଦ ସୁଣ୍ଢି ବୟସ ୨୬ ବୋଲି ଜଣାପଡିଛି। ଗୁରୁତର ଜଣଙ୍କ ହେଲେ କ୍ଷୀରସାଗର ମୁଣ୍ତା ବୟସ ୨୫ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶଯେ, ଆଜି ଉଭୟ ଝୁମ୍ପୁରା ବଜାରକୁ (ଓଡି-୦୯-ଏକ୍ସ-୨୮୦୦)ହଣ୍ତା ଏସ୍ପି ୧୨୫ ସି.ସି. ଵାଇକ୍ ରେ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରୁଥିବାବେଳେ ବାଇକ୍ ନିୟନ୍ତ୍ରଣ ହରାଇ ପଳାସପଙ୍ଗା ଓଭର ବ୍ରିଜ୍ ବ୍ୟାରିକେଡରେ ଚଢିଯାଇଥିଲା। ଫଳରେ କ୍ଷୀରସାଗର ଲଟାବୁଦାରେ ଛିଡିକି ପଡିଥିବାବେଳେ ମୁକୁନ୍ଦ ରାସ୍ତାରେ ପଡିଯାଇଥିଲେ। ପଳାସପଙ୍ଗା ପଟୁ ଝୁମ୍ପୁରା ଅଭିମୁଖେ ଯାଉଥିବା ଏକ ଟ୍ରକ ମୁକୁନ୍ଦ ଙ୍କ ମୁଣ୍ତରେ ମାଡି ଯିଵାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ଯ ଘଟିଥିଲା। ଘଟଣା ସ୍ଥଳରେ ପଳାଶପଙ୍ଗା ବିଟ୍ ପୋଲିସ ପହଞ୍ଚି ମୃତ ଓ ଗୁରୁତର ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




