ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ ବିଭିନ୍ନ ବ୍ଲକରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ସେ ଲୋକମାନଙ୍କ ସହ ମତ ବିନିମୟ କରି ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ କିପରି ଅଧିକ ଭଲରେ ହୋଇପାରିବ ସେନେଇ ମତ ସଂଗ୍ରହ କରିଛନ୍ତି। ଜିଲା ଗସ୍ତର ପ୍ରଥମ ଦିନ ଅର୍ଥାତ୍ ଗତ ଶୁକ୍ରବାର ସର୍କିଟ ହାଉସ୍ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସେ ବିଭିନ୍ନ ବର୍ଗର ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଦ୍ୱିତୀୟ ଦିନ ସେ ବିଭିନ୍ନ ବ୍ଲକ ଗସ୍ତ କରି ଏକାଧିକ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।




