(ଯୌତୁକ ନିର୍ଯାତନା ପାଇଁ ବଧୂ ହତ୍ୟା | ପହଞ୍ଚି ପାରିଲାନି
ସାଇଣ୍ଟିଫିକ୍ ଟିମ୍ |ଘଣ୍ଟା ଘଣ୍ଟା ଧରି ପଡ଼ି ରହିଛି ମୃତ ଦେହ )
ଜଗତସିଂହପୁର
ତା =24/3/23
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା ଗ୍ରାମରେ ଯୌତୁକ ଜନିତ ବଧୂ ହତ୍ୟା ଭଳି ଜଘନ୍ୟ ଘଟଣା | ଯୌତୁକ ଜନିତ ବଧୂ ହତ୍ୟାକୁ ନେଇ ଚାରିଆଡ଼େ ଚଞ୍ଚଲ୍ୟ । ନାଉଗାଁ ତେଲସରା ଗ୍ରାମର ରଞ୍ଜିତ ଜେନାଙ୍କ ପତ୍ନୀ ମାମାଲି ପରିଜା ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି | ମାମାଲି ଙ୍କ ମୃତ ଦେହ ଅନେକ ସମୟ ଧରି ଘର ଭିତରେ ପଡି ରହିଛି । ମାମାଲିଙ୍କ ଭାଇ ସ୍ନେହାସିସ ପରିଜା ଯୌତୁକ ଜନିତ ଘଟଣା କୁ କେନ୍ଦ୍ର କରି ତାଙ୍କ ଭଉଣୀ ମାମାଲି ଙ୍କୁ ଶାଶୁ ଘର ଲୋକେ ମାରିଦେଇଥିବା ନାଉଗାଁ ଥାନାରେ ଏତଲା ଦେଇଛନ୍ତି । ମାମାଲି ୨୦୧୮ ମସିହାରେ ପାରମ୍ପରିକ ରୀତିନୀତି ଅନୁସାରେ ତେଲସରା ଗ୍ରାମର ରଞ୍ଜିତ ଜେନା ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ତାଙ୍କ ଭଉଣୀକୁ ଯୌତୁକ ଜନିତ ନିର୍ଯାତନା ଦେଇଆସୁଥିଲେ ।ସେଥିନେଇ ଶାଶୁ ଘର ଲୋକ ଯୋଜନା ବଧ ଭାବରେ ମୋ ଭଉଣୀକୁ ମରି ଦେଇଛନ୍ତି ବୋଲି ସେହାଂସିସ ଅଭିଯୋଗ କରିଛନ୍ତି । ସେପଟେ ମୃତ ଦେହ ଅନେକ ସମୟ ପଡ଼ି ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ବୋଲି S. D. P. O.ରମେଶ ଚନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ତରଫରୁ ଫୋର୍ସ ମୁତୟନ ହୋଇଥିବା ବେଳେ ନ୍ୟାୟ ପାଇବା ପାଇଁ ମାମାଲି ପରିବାରର ଲୋକେ ଚାହିଁ ବସିଛନ୍ତି । ନାଉଗାଁ ଅଞ୍ଚଳରେ କ୍ରମାଗତ ଭାବେ ବଧୂ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




