ସ୍ବର୍ଗତ ରାଜା ସାହେବଙ୍କ ୩୫ ତମ ଶ୍ରାଦ୍ଧ ଦିବସ ଓ ସ୍କୁତିସଭା ଅନୁଷ୍ଠିତ

ବିଷୟ ____ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ରାଜା ସାହେବ, ଓଡ଼ିଶାର ପୃର୍ବତନ ମନ୍ତ୍ରୀ,ପୃର୍ବତନ ସାଂସଦ,ଓଡିଶା ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ବ , ବିଶିଷ୍ଟ ଜନନାୟକ ସ୍ବର୍ଗତ ଶରତ କୁମାର ଦେବଙ୍କ ୩୫ ତମ ଶ୍ରାଦ୍ଧ ଦିବସ ଓ ସ୍କୁତିସଭା ସ୍ଥାନୀୟ ନୁଆ ବଜାର ସ୍ଥିତ ଅନ୍ନପୂର୍ଣ୍ଣା ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସକାଳ ୮ ଠାରେ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଓ ଆଳି ମେଡିକାଲ ରେ ରୋଗିମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ଏବଂ ଡ଼ାକବଙ୍ଗଳା ଛକଠାରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ସଂଧ୍ୟାରେ ଶରତ କୁମାର ଦେବ ସ୍କୁତିକମିଟି ପକ୍ଷରୁ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଶକ୍ତି,ଶିଳ୍ପ ଓ ଲଘୁଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ।ବିଶେଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ। ଅନ୍ୟମାନଙ୍କ ମଧ୍ୟରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତଙ୍କ ସମେତ ସ୍କୁତି କମିଟି ର ସଭାପତି ଜଗଦାନନ୍ଦ ବଳ, ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ଜିଲ୍ଲା ଯୋଜନା ବୋଡ଼ର୍ ସଦସ୍ୟ ଭୀଷ୍ମ ମହାନ୍ତି, ସରପଞ୍ଚ ଯୁଆଣିଆ, ସରପଞ ଦିପକ ଭୁୟାଁ, ଦେସାହୀ ସେବା ସମବାୟ ସମିତି ର ଅଧ୍ୟକ୍ଷ ପୁରୁଷୋତ୍ତମ ପଲ୍ଲାଇ ଓ ପୁର୍ବତନ ଅଧ୍ୟକ୍ଷ ଆଳି ପଞ୍ଚାୟତ ସମିତି ର ଲକ୍ଷ୍ମୀଧର ମଲ୍ଲୀକ ,ଦଶରଧ ମଲ୍ଲୀକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା ଶହଶହ ଶରତ କୁମାର ଦେବ ପ୍ରେମୀଙ୍କୁ ତାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।ଓ ଶେଷରେ ମୁଖ୍ୟ ଅତିଥି ଦ୍ବାରା ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ସମଦ୍ଧନା ଦିଆଯାଇଥିଲା।
କେନ୍ଦ୍ରାପଡ଼ାରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




