(ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ | ସଭାପତି ଦେବେନ୍ଦ୍ର, ସମ୍ପାଦକ ନରେଶ ବିପୁଳ ଭୋଟ ରେ ବିଜୟ 

)
ଜଗତସିଂହପୁର
ତା =25/3/23
-ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଜିଲ୍ଲା କୋର୍ଟ ପରିସରରେ ଶାନ୍ତିଶୁଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ସଭାପତି ,ଉପସଭାପତି ,ସମ୍ପାଦକ ,ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ବହୁ ପ୍ରତିଦ୍ୱନ୍ଦିତାପୂର୍ଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ନିର୍ବାଚନରେ ସମୁଦାୟ 340 ଆଇନଜୀବୀ ନିଜର ମତ ସାବ୍ୟସ୍ତ କରିଥିଲେ । ସଭାପତି ଭାବେ ଦେବେନ୍ଦ୍ରନାଥ ସ୍ବାଇଁ | ସମ୍ପାଦକ ଭାବେ ନରେଶ ଚନ୍ଦ୍ର ଦାସ ।
ଯୁଗ୍ମସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି |
ଉପସଭାପତି ସରୋଜ କୁମାର ବିଶ୍ବାଳ | କୋଷାଧ୍ୟକ୍ଷ ଭାବେ , ଦୁର୍ଯ୍ୟୋଧନ ରାଉତ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ସଦସ୍ୟଭାବେ ପ୍ରକାଶ ଚନ୍ଦ୍ର ରାୟ , ପର୍ଶୁରାମ ରାଉତ,ମହେଶ୍ୱତା ଜେନା ,ପ୍ରତାପ ଚନ୍ଦ୍ର ପଣ୍ଡା ,ଅମୀୟ କୁମାର ମହାପାତ୍ର ,ମୁରଲୀଧର ଜେନା ଓ ରୁଦ୍ରନାରାୟଣ ନାୟକ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀଭାବେ କୃଷ୍ଣଚନ୍ଦ୍ର ଭୂୟାଁ ନିର୍ବାଚନ ପରିଚାଳନା କରିଥିଲେ ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




