୩୬ ତମ ଜାତୀୟ ସବ୍ ଜୁନିୟର୍ କ୍ୟୁରେ ଗୀ 11 ତମ ଜାତୀୟ PUMSE ସବ୍ ଜୁନିଅର ଟାଇ କଣ୍ଡୋ ଚାମ୍ପିଅନସିପ୍ 2023
ସ୍ଥାନ କଟକ
ତାରିଖ 25/03/23



କଟକରୁ ପ୍ରଦୀପ୍ତ କୁମାର ଘଡେ଼ଇ ଙ୍କ ରିପୋର୍ଟ
କଟକ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଏହି 36
ତମ ଜାତୀୟ ସବ୍ ଜୁନିୟର୍ କ୍ୟୁ ରେl ଗୀ ତଥା 11 ତମ
ଜାତୀୟ PUMSE ସବ୍ ଜୁନିଅର ଟାଇ କଣ୍ଡୋ ଚାମ୍ପିଅନସିପ୍ 2023 ଉଦଘାଟିତ ହୋଇଥିଲା। ଏହି ପ୍ରତିଯୋଗୀତା ଟାଇ କଣ୍ଡୋ ଫେଡ ରେସନ୍ ଅଫ୍ ଇଣ୍ଡିଆ
ଆନୁକୁଳ୍ଯରେ ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗୀତା ଯୁବ
ଓ ବ୍ୟାପାର ଖେଳ ସ୍ଵିକୃତି ପ୍ରାପ୍ତ ଅଟେ। ଓଡିଶା ରେ ଏହି
ଖେଳକୁ ଓଡିଶା ଟାଇ କଣ୍ଡୋ ଆସୋସିଏସନ ପରିଚାଳନା
କରୁଛି। ଆଜି ଉଦଘାଟିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ ମେୟର ଶ୍ରି ସୁବାଷ୍ ଚନ୍ଦ୍ର ସିଂହ, ସମ୍ମାନୀତ
ଅତିଥି ଭାବେ ଓଡିଶା କ୍ରିକେଟ ଆସୋସିଏସନ୍ ର ସମ୍ପାଦକ
ଶ୍ରୀ ସଞ୍ଜୟ ବେହେରା, ଆଇନ ଜୀବି ଆର୍ ଡି ମଙ୍ଗେସ୍କର
ତଥା ଓଡିଶା ଟାଇ କଣ୍ଡୋ ଆସୋସିଏସନ୍ ସଭାପତି କୃଷ୍ନ
ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି
ଯୋଗ ଦେଇଥିଲେ। ଏହି ପ୍ରତିଯୋଗୀତା ରେ ଭାରତ ର
30 ଟି ରାଜ୍ୟରୁ 950 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି।




