ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର। ୫୦୦ ମିଲିକୁ ୨ ଟଙ୍କା ହିସାବରେ ସମସ୍ତ ପ୍ରକାର କ୍ଷୀର ଦର ବୃଦ୍ଧି କରାଯାଇଥିବା ଓମଫେଡ ପକ୍ଷରୁ କୁହାଯାଇଛି। କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହିତ ପ୍ୟାକେଜିଂ, ବିପଣନକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି। ଟୋନ୍ଡ କ୍ଷୀର ୫୦୦ ମିଲି ପୂର୍ବରୁ ୨୧ ଟଙ୍କାରେ ମିଳୁଥିବାବେଳେ ଏବେ ଏଥିପାଇଁ ୨୩ ଟଙ୍କା ଦେବାକୁ ପଡ଼ିବ।
ସେହିପରି ପ୍ରିମିୟମ ଓ ଗୋଲ୍ଡ କ୍ଷୀର ୫୦୦ମିଲିକୁ ୨୬ ଲେଖାଏଁ ଏବଂ ଚା’ ସ୍ପେଶିଆଲ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ।




