ଯୁଆଣିଆ ମଳିକ ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ


ବିଷୟ _____ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ଯୁଆଣିଆ ମଳିକ ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଚାଲୁଅଛି। ଯୁଆଣିଆ ନିତାଇ ଗୈର ପୂଜା କମିଟି ପକ୍ଷରୁ ଏହି ନାମ ସଂକୀର୍ତ୍ତନ ରେ ପ୍ରଥମ ଦିନରେ ଅଧିବାସ ଦ୍ଵିତୀୟ ଦିନରେ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ତିନିଦିନ ରେ ସମସ୍ତ ମଳିକ ସାହିରେ ଠାକୁରଙ୍କ ନିତାଇ ଗୈର ରାଧେଶ୍ୟାମ, ହରେକୃଷ୍ଣ ହରେରାମ,ଭଜ ନିତାଇ ଗୈର ରାଧେଶ୍ୟାମ,ଜପ ହରେକୃଷ୍ଣ ହରେରାମ ପ୍ରତିଧୋନରେ ଏକ ଭାବାବେଗ ମାହୋଲ ସୁଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି।ଏହି ତିନିଦିନ ରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ।ଏହି ନାମ ସଂକୀର୍ତ୍ତନକୁ ବିଭିନ୍ନ ଆଡୁ ଲୋକମାନେ ଆସନ୍ତି।ଏହି ସମସ୍ତ କାର୍ଯ୍ୟକ୍ରମକୁ ଉମାକାନ୍ତ ମଳିକ, ଅକ୍ଷୟ ମଳିକ, କୁଳମଣି ମଳିକ, ନିରଞ୍ଜନ ମଳିକ,ସୁରଥ ମଳିକ,ଗୋଲେଖ ମଳିକ, ଚୈତନ୍ୟ ମଲିକ,ସିତାରାମ ମଳିକ, ତାରାକାନ୍ତ ମଳିକ,ବୈଲୋଚନ ମଳିକ,କମଳା ମଳିକ, ବଟକୃଷ୍ଣ ମଳିକ ପ୍ରମୁଖ ପରିଚାଳନା କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




