ଶୂନ୍ୟ ମୃତ୍ୟୁ ସପ୍ତାହ ରେ ଦୁଇଦିନରେ ୨୬ ମାମଲା
ସଡକ ଜନିତ ଦୁର୍ଘଟଣା ରକିବା ପାଇଁ ସାରା ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଇ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ସେଥିପ୍ରତି କିନ୍ତୁ ଡ୍ରାଇଭର ଭାଇ ଙ୍କ ନଜର ରହୁନାହିଁ। ଏହିପରି ଦେଖିବାକୁ ମିଳିଛି ବଅଁରପାଳ ଥାନା ଅଞ୍ଚଳରେ। ଶୂନ୍ୟ ମୃତ୍ୟୁହାତ ସପ୍ତାହ ପାଳନ ଅବସରରେ ଥାନା ପକ୍ଷରୁ ଜୋରଦାର ଯାଞ୍ଚ ପକ୍ରିୟା ଚାଲିଥିବା ବେଳେ ପ୍ରଥମଃ ଦୁଇ ଦିନରେ ପ୍ରାୟ ୨୬ ମାମଲା ରୁଜୁ ହୋଇଛି। ଏହି ୨୬ ଟି ମାମଲା ମଧ୍ୟରେ ୬ ଡ୍ରଙ୍କ ଏଣ୍ଡ ଡ୍ରାଇଭ, ୧୦ ଟି ହେଲମେଟ ବିହୀନ, ୯ ଟି ବିନା ସିଟ୍ ବେଲ୍ଟ, ୧ଟି ରଙ୍ଗ ସାଇଡ ପାର୍କିଂ ରେ ମୋଟ ବଅଁରପାଳ ପୋଲିସ ୫୦ ହଜାର ଟଙ୍କା ଜୋରିମାନା ବାବଦରେ ଚାଲାଣ କରିଛି। ୬ ଟି ମଦ୍ୟପାନ କରି ଗାଡି ଚାଳନା ରେ ୪ଟି ଟ୍ରକ୍, ୧ଟି କାର, ୧ଟି ବାଇକ୍ ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।




