ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶକ ସମ୍ମୀଳନୀରେ ଦେବେ ଯୋଗ । ଉଦ୍ୟୋଗୀଙ୍କ ସହ କରିବେ ଆଲୋଚନା । ପୁଞ୍ଜି ବିନିଯୋଗ କରିବା ପାଇଁ ପୁଞ୍ଜିପତିଙ୍କୁ କରିବେ ନିମନ୍ତ୍ରଣ ।
ଜାପାନର ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ
ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଜାପାନ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ଜାପାନ ରାଜଧାନୀ ଟୋକିଓରେ ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଜାପାନର ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ । ସେହିପରି କ୍ୟୋଟ ଓ ଓସାକାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଯାଉଥିବା ନେଇ ସୂଚନା ରହିଛି ।
ନିବେଶକାରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
୫୦ରୁ ଅଧିକ କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି
ଉଲ୍ଲେଖଥାଉ କି, ରୋମ, ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ରାଜ୍ୟରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ ପ୍ରତିନିଧିାମାନେ ଯୋଗଦେଇ ୫୦ରୁ ଅଧିକ କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।




