କୁସୁନପୁର ଠାରେ ବିଶ୍ଵ ମାନବର କଲ୍ୟାଣ ନିମନ୍ତେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ


ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର କୁସୁନପୁର ଠାରେ ବିଶ୍ଵ ମାନବର କଲ୍ୟାଣ ନିମନ୍ତେ ୧୭ ତମ ବାର୍ଷିକ ଶ୍ରୀ ଶ୍ରୀ ଗୈରାଙ୍ଗ ମହାପ୍ରଭୁଙ୍କର ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। କୁସୁନପୁର ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉତ୍ସବ କମିଟି ପକ୍ଷରୁ ଏହି ନାମ ସଂକୀର୍ତ୍ତନ ରେ ପ୍ରଥମ ଦିନରେ ଅଧିବାସ ଦ୍ଵିତୀୟ ଦିନରେ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି।ଏହି ତିନିଦିନ ରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ। ଏହି ତିନିଦିନ ନାମ ସଂକୀର୍ତ୍ତନ ରେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସମାଜସେବୀ କୈଳାସ ଚନ୍ଦ୍ର ସେଠୀ, ଜରି ସେବା ସମବାୟ ସମିତି ର ସଭାପତି ଦିଲ୍ଲୀପ କୁମାର ରାଉତ , ପୃର୍ବତନ ସରପଞ୍ଚ ଧିରେନ୍ଦ୍ର କୁମାର ଜେନା,ପୃର୍ବତନ ସମିତି ସଭ୍ୟ ଜଜେୟ ବେହେରା ପ୍ରମୁଖ ଯୋଗଦେଇ ଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ କୁସୁନପୁର ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉତ୍ସବ ପାଳନ କମିଟିର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




