ଆଜି ବାପଘର କୁ ଆସିବେ ମା ବୁଢ଼ୀ ଠାକୁରାଣୀ।
ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି। ରୀତିନୀତି ଅନୁସାରେ ବ୍ରହ୍ମପୁର ର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଶଶୁର ଘର ରୁ ବାପଘର ଦେଶୀବେହେରା ସାହି ଠାରେ ପହଞ୍ଚିବେ। ପରମ୍ପରା ମୁତାବକ ମାଙ୍କ ବାପାଘର ତରଫରୁ କର୍ତ୍ତା ଭାବେ ପି. ଦୁର୍ଗା ପ୍ରସାଦ ଦେଶିବେହେରା ନିମନ୍ତ୍ରଣ କରି ମାଆ ସାଆନ୍ତାଣୀଙ୍କୁ ଦେଶୀବେହେରା ସାହି ସ୍ଥିତ ବାପଘରକୁ ଆସିଥାନ୍ତି। ସେଠାରୁ ମା ବୁଢ଼ୀ ଠାକୁରାଣୀ ଅସ୍ତାଇ ମଣ୍ଡପ କୁ ବିଜେକରି ଭକ୍ତଜନ ମାନଙ୍କୁ ଦର୍ଶନ ଦେଇଥାନ୍ତି।ଚଳିତ ବର୍ଷର ମାନଙ୍କ ଦ୍ୱିବାର୍ଷିକ ଯାତ୍ରା ଏପ୍ରିଲ ୦୪ରୁ ମେ ୦୧ ପର୍ଯ୍ୟନ୍ତ ୨୮ ଦିନ ହେବା ନିମନ୍ତେ ସିଦ୍ଧାନ୍ତି ସୁଚନା ଦେବାପରେ ମାର୍ଚ୍ଚ ୧୭ ତାରିଖରେ ଅସ୍ତାଇ ମଣ୍ତପ କାର୍ଯ୍ୟ ଆରମ୍ଭ ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ସହ କାର୍ଯ୍ୟ ଅନୁକୂଳ ହୋଇଥିଲା।ଅସ୍ତାଇ ମଣ୍ତପ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଶେଷ ହୋଇଛି।




