ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକକାରୀଙ୍କୁ ନବୀନ କରିବେ ନିମନ୍ତ୍ରଣ ।
ଭୁବନେଶ୍ବର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଜାପାନ ନିବେଶକକାରୀଙ୍କୁ ନବୀନ କରିବେ ନିମନ୍ତ୍ରଣ । ଜାପାନ ନିବେଶକ ସମ୍ମିଳନୀ ନେଇ ମୁଁ ଆଶାବାଦୀ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳ୍ପ, ପର୍ଯ୍ୟଟନ, ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ସହ କ୍ରୀଡ଼ା କ୍ଷେତ୍ରରେ ଜାପାନ ସହିତ ସହଭାଗିତା କରିବାକୁ ଆଶା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଗତକାଲି(ସୋମବାର) ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇଛନ୍ତି । ପ୍ରାୟ 7 ଘଣ୍ଟାର ଯାତ୍ରା ପରେ ଜାପାନରେ ପହଞ୍ଚିଛନ୍ତି ।
ଆଜି (ମଙ୍ଗଳବାର) ଜାପାନରେ ଓଡିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । 9 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ପହଁଚିବା ପରେ ସମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ କହିଛନ୍ତି, ”ଜାପାନ ନିବେଶକ ସମ୍ମିଳନୀ ନେଇ ମୁଁ ଆଶାବାଦୀ ଅଛି । ଶିଳ୍ପ, ପର୍ଯ୍ୟଟନ, ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଶାବାଦୀ ଅଛି । କ୍ରୀଡ଼ା କ୍ଷେତ୍ରରେ ଜାପାନ ସହିତ ସହଭାଗୀତା କରିବାକୁ ଆଶାବାଦୀ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ବ୍ୟବସାୟ ପ୍ରତିନିଧି ଦଳ ମଧ୍ୟ ଯାଇଛନ୍ତି । ସେଥିରେ ଷ୍ଟିଲ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ଓ ସମୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରିନ-ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ଶିଳ୍ପର ପ୍ରତିନିଧି ରହିଛନ୍ତି । ଜାପାନ ସହିତ ବ୍ୟବସାୟିକ ସହଯୋଗ ନେଇ ଆଲୋଚନାରେ ସାମିଲ ହେବେ । ଗସ୍ତ ସମୟରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦକ୍ଷ ନିବେଶକଙ୍କ ସହିତ ଏକକ ଆଲୋଚନା କରିବେ ।
ସୋର୍ସ news




