(ୟୁଚିରିଓ କରାଟେ କୋବୁଡୋ ପ୍ରଶିକ୍ଷଣ ପରୀକ୍ଷା ଓ ସାଟିଫିକେଟ ପ୍ରଦାନ



)
ଜଗତସିଂହପୁର
ତା =3/4/23
ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ୟୁଚିରିଓ କରାଟେ ଓ କୋବୁଡେ ସ୍କୁଲ ର ପ୍ରଶିକ୍ଷଣ ପରୀକ୍ଷା ପୂର୍ଣ୍ଣାଙ୍ଗ ହୋଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଟିଫିକେଟ ଓ ବେଲ୍ଟ ପ୍ରଦାନ କରାଯାଇଛି | ଏହି ଅବସରରେ ଜଗତସିଂହପୁର ଜ଼ିଲ୍ଲା ସି ଏସ ସି ସେଣ୍ଟର ମ୍ୟାନେଜର ରତିକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ | ମୁଖ୍ୟ ବକ୍ତା ଭାବେ ବୈଜ୍ଞାନିକ କିଶୋର ଚନ୍ଦ୍ର ସାହୁ | ସଂମ୍ମାନିତ ଅତିଥିଭାବେ ଆନ୍ତର ଜାତୀୟ କରାଟୋ କୋବୁଡେ କନରୁଲ କେରଳ ର ପ୍ରଶିକ୍ଷକ କେୟୋସି କେ ଭି ମନୋହରନ | ସେନସାଇ ରୋଜା ମନହରନ | ଚିଫ ଏକ୍ସଜାମିନର ଭରତଚୌହାନ | ଓଡିଶା ହେଡ଼ ନବରଙ୍ଗପୁର ଶରତ କୁମାର ରାଉତ | ପ୍ରମୁଖ ଯୋଗଦେଇଥିଲେ |ସମସ୍ତ ଅତିଥି କୁ ଜଗତସିଂହପୁର କରାଟୋ ଟୂବୁଡୋ ସ୍କୁଲ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଏହି କରାଟୋ ଟୂବୁଡୋ ପ୍ରଶିକ୍ଷଣ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବେଲ୍ଟ, ସାଟିଫିକେଟ ପ୍ରଦାନ କରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ କୁ ଓଡିଶା ହେଡ଼ ମ୍ୟନେଜର ସୁବାଶିନୀ ବେହେରା | ଅଶୋକ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




