ଦଶରଥପୁର ବ୍ଲକ ବିଜୁଜନତା ଦଳର ଛାତ୍ର ସଭାପତି ତପନ ରାଉତଙ୍କ ଜନ୍ମଦିନ ପାଳନ
ବିଷୟ ____ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଧୁପୁର ସ୍ଥିତ ହେରିଟେଜ ମଣ୍ଡପରେ ଦଶରଥପୁର ବ୍ଲକ ବିଜୁଜନତା ଦଳର ଛାତ୍ର ସଭାପତି ତପନ ରାଉତଙ୍କ ଜନ୍ମଦିନ ପାଳନ ଖୁବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉପସ୍ଥିତ ରହିଥିଲେ ଓ କେକ କାଟିଥିଲେ ।ତପନ ରାଉତ ଏକାଧାରରେ ଜଣେ କବି, ସମାଜସେବୀ,ପରିବେଶବିତ୍, ପରୋପକାରୀ,ଶାନ୍ତ ସ୍ବାଭାପର ଭାବେ ସାରା ଦଶରଧପୁର ବ୍ଳକରେ ପରିଚିତ ।ସେ ଉଚ୍ଚ ବେତନରେ ଚାକୀରି କରିଥିଲେ ମଧ୍ୟ ଲୋକମାନଙ୍କର ସେବା କରିବାପାଇଁ ସେ ଚାକିରୀ ଛାଡ଼ି ବର୍ତ୍ତମାନ ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ ଦଶରଧପୁର ବ୍ଳକ ବିଜୁଜନତା ଦଳର ସଭାପତି ରୁପେ ମନୋନୀତ କରିଛନ୍ତି।ଦଳୀୟ ଦାୟିତ୍ଵ ଗ୍ରହଣ କରିବାପରେ କହିଛନ୍ତି ଯେ ଏହି କାର୍ଯ୍ୟକୁ ଆଗକୁ ନେବାରେ ସେ ପ୍ରାଣପ୍ରଣ ଉଦ୍ୟମ ସର୍ବଦା କରିବେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ଧଳ, ଚିତ୍ତରଞ୍ଜନ ନାୟକ, ମନୋରଞ୍ଜନ ଦାସ, ରମେଶ କୁମାର ରାଉତ, ପାର୍ଥସାରଥୀ ମହାପାତ୍ର, ବିଂଝାରପୁର ବ୍ଳକ ବିଜୁଜନତା ଦଳର ସଭାପତି ତଥା ସମାଜସେବୀ ଲେନିନ କୁମାର ଦାସ ,ବାଦଲ ନାୟକଙ୍କ ସମେତ ସବୁ ପଞ୍ଚାୟତର ବିଜୁଜନତା ଦଳର ସଭାପତି ମାନେ ଉପସ୍ଥିତ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




