( ଜ଼ିଲ୍ଲା ଜଜ କୋର୍ଟ ପରିସରରେ ନବନିର୍ବାଚିତ ଆଇନୀଜୀବି ଙ୍କ ଶପଥ ଗ୍ରହଣ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =5/4/23
ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାମାନଙ୍କର ଶପଥ ଗ୍ରହଣ ଉତ୍ସଵ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓ ଦୌରାଜର୍ଜ ଅନୁପ କୁମାର ଚନ୍ଦନ ଯୋଗଦେଇଥିବା ବେଳେ ଜିଲ୍ଲାର ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରୀ କୃଷ୍ଣ ଚନ୍ଦ୍ର ଭୂୟାଁ ଏହି ଉତ୍ସବ ପରିଚାଳନା କରିଥିଲେ । ଓକିଲ ସଂଘର ଶପଥ ଗ୍ରହଣ ଉତ୍ସବରେ ନୂତନ ନବନିର୍ବାଚିତ ସଭାପତି ଭାବେ ଦେବେନ୍ଦ୍ରନାଥ ସ୍ବାଇଁ | ଉପସଭାପତି ଭାବେ ସରୋଜ କୁମାର ବିଶ୍ବାଳ | ସମ୍ପାଦକ ଭାବେ ନରେଶ ଚନ୍ଦ୍ର ଦାଶ | ଯୁଗ୍ମ ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ମହାନ୍ତି | କୋଷାଧ୍ୟକ୍ଷ ଭାବେ ଦୁର୍ଯୋଧନ ରାଉତ ପ୍ରମୁଖ ଶପଥ ଗ୍ରହଣ କରିଥିଲେ । ଏବଂ ଅନ୍ୟ ସମସ୍ତ କର୍ମକର୍ତାମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ ଯୋଗଦେଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



