[ ଭୂମିହୀନ ଙ୍କ କରୁଣ କାହାଣୀ | ଆମ୍ଭେ ଗରିବ ଲୋକ ଝୁମ୍ପୁଡ଼ି ଘରେ ପଡ଼ିଛୁ | ପ୍ରଥମ କିସ୍ତି ଟଙ୍କା ଅଧା ଅଧା |ଦ୍ୱିତୀୟ କିସ୍ତି ମିଳିଲେ କରିବୁ ଘର ]|
ଜଗତସିଂହପୁର
ତା =5/4/23
ଆମେ ଭୂମିହୀନ ଗରିବ ଲୋକ |ସରକାର ଆମକୁ ଥଇଥାନ କରିବା ନିମନ୍ତେ ବାର ଡିସମିଲ ଜାଗା ଯୋଗାଇଦେଇଛନ୍ତି | ଆମେ ଝୁମ୍ପୁଡ଼ି ଘରେ ଦୁଃଖ କଷ୍ଟ କାମ ଧନ୍ଦା କରି ଚଳୁଛୁ | ୩ ବର୍ଷ ତଳେ ସେ ସମୟ ର ସରପଞ୍ଚ ଙ୍କ ଉଦ୍ୟମରେ ଆମକୁ ଇନ୍ଦିରା ଆବାସ ଗୃହ ମିଳିଥିଲା |କାର୍ଯ୍ୟାଦେଶ ମଧ୍ୟ୍ୟ ପାଇଛୁ ହେଲେ କଣ କରିବୁ ଆଜ୍ଞା ଇନ୍ଦିରା ଆବାସ କରିବା ନିମନ୍ତେ ପ୍ରଥମ କିସ୍ତିରେ କୋଡିଏ ହଜାର ଟଙ୍କା ଆସିଥିଲା |ସେ ସମୟର ସରପଞ୍ଚ ବାବୁ କାର୍ଯ୍ୟ ଆରମ୍ଭ କରିବାକୁ ଦଶ ହଜାର ଟଙ୍କା ଆମକୁ ଦେଇଥିଲେ |ଅବଶିଷ୍ଟ ଦଶ ହଜାର ଟଙ୍କା ସେ ନେଇଗଲେ |ଆମେ ଘର କରିବା ନିମନ୍ତେ ଦଶ ହଜାର ଟଙ୍କାରେ ପିଲର ଗାଡ଼ ଖୋଲିଲୁ | ଇଟା ବାଲି କିଣିଲୁ |ସମସ୍ତ ଟଙ୍କା ସରିଗଲା | ହେଲେ ଇନ୍ଦିରା ଆବାସ ଗୃହ କାର୍ଯ୍ୟ ହୋଇପାରିଲା ନାହିଁ | ତଦନ୍ତ କରିବାକୁ ବିଡ଼ିଓ, ଏ ପିଡି ଆସିଥିଲେ |ସମସ୍ତ କଥା କହିଲୁ |ତୁରନ୍ତ କାର୍ଯ୍ୟ ଆରମ୍ଭ କର ଆମ୍ଭ ଦ୍ୱିତୀୟ କିସ୍ତି ଟଙ୍କା ଦେବୁ ହେଲେ ପ୍ରତିଶୃତି ପାଣିରେ ଗାର ପରି ଲିଭିଗଲା | ଆମ୍ଭେ ଭାଗ୍ୟ କୁ ଆଦରି ଝୁମ୍ପୁଡ଼ି ଘରେ ପଡିରହିଚୁ | ଏଭଳି ହୃଦୟ ବିଦାରଗ ଘଟଣା ଘଟିଛି ବଲିକୁଦା ବ୍ଲକ ଆନନ୍ତପୁର ଗ୍ରାମର ରବୀନ୍ଦ୍ର କାଣ୍ଡି ଙ୍କ ସ୍ତ୍ରୀ ତିଳୋତମ କାଣ୍ଡି ଙ୍କ କ୍ଷେତ୍ରରେ | ତିଳୋତମା 2021ମସିହାରେ ଇନ୍ଦିରା ଆବାସ ଗୃହ ପାଇଥିଲେ | ହେଲେ ସେ ସମୟ ର ସରପଞ୍ଚ ପ୍ରଥମ କିସ୍ତି ଟଙ୍କା ଅଧେ ଦେଇ ଅଧେ ନେଇଯିବାରୁ ଆମେ ଇନ୍ଦିରା ଆବାସ ଗୃହ କରିପାରିଲୁନାହିଁ ବୋଲି ତିଳୋତମା ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



