( ଗନାଇଲୋ ହାଇସ୍କୁଲରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
)
ଜଗତସିଂହପୁର
ତା=6/4/23
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରାତନ ଶିକ୍ଷାନୁଷ୍ଠାନ ଗନାଇଲୋ ହାଇସ୍କୁଲ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି | ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ସମାଜ ରିଲିଫଫଣ୍ଡ ର ନିର୍ଦ୍ଦେଶକ ତଥା ଅଙ୍ଗଦାନ ଫାଉଣ୍ଡେସନ ର ଅଧକ୍ଷ ଡ଼ଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତି ର ଅନାବରଣ କରିଥିଲେ | ମୋ ସ୍କୁଲ ଅଭିଯାନ ସଭାପତି ତଥା ବିଶିଷ୍ଟ ସମାଜସେବୀ କ୍ଷିତୀଶ ଚନ୍ଦ୍ର ପାତ୍ର ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଉନ୍ମୋଚନଉତ୍ସବ ରେ ମୁଖ୍ୟଅତିଥି ଡ଼ଃ ଆଚାର୍ଯ୍ୟ ଉତ୍କଳମଣି ଗୋପବନ୍ଧୁ ଯେପରି ଓଡିଶାର ବାତ୍ୟା ବନ୍ୟାଆଦି ପ୍ରାକୃତିକ ବିପର୍ଯୟ ସମୟରେ ନିଜର ପିଲା ଛୁଆ ଓ ପରିବାର କଥା ଭୁଲିଯାଇ ବିପନ୍ନମାନଙ୍କ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ , ଠିକ ସେହିପରି ତାଙ୍କଦ୍ୱାରା ପ୍ରତିଷ୍ଠିତ ଆମ ରାଜ୍ୟର ସର୍ବପୁରାତନ ଖବରକାଗଜ ସମାଜ ମଧ୍ୟ୍ୟ ତାରଲାଭାଂଶ ରେ ଲକ୍ଷଲକ୍ଷ ରୋଗୀ ଦୁଃଖୀ ରଙ୍କି ଓ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିଚାଲିଛି | ସତ୍ୟବାଦୀରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବନବିଦ୍ୟାଳୟ ର ମହତ୍ୱକୁ ଆଜିର ଶିକ୍ଷାନୁଷ୍ଠାନ ମାନେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ସମବେତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏକ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ ! ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ବିଜୟ ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ଅକ୍ଷୟ କୁମାର ମିଶ୍ର, ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ଶ୍ରୀମା ଅରବିନ୍ଦ ବିଦ୍ୟାଳୟର ଅଧ୍ୟକ୍ଷା ନିରୁପମା ଚଇନି, ଅର୍ପିତା ଦାସ, କ୍ରୀଡ଼ାବିତ ସ୍ବଦେଶ ଦାଶ, ସହକାରୀ ପ୍ରଧାନଶିକ୍ଷୟିତ୍ରୀ ପ୍ରମୁଖ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ !ଏହା ପରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ଦେବା ସହିତ ବିଭିନ୍ନ ନୃତ୍ୟସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




