ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ବିଶ୍ୱ ସ୍ଵାସ୍ତ୍ୟ ଦିବସ ପାଳିତ
)
ଜଗତସିଂହପୁର:
ତା =7/4/23
୧୯୪୮ ମସିହା ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ଵାସ୍ତ୍ୟ ସଂଗଠନ ଗଠନ କରାଯାଇଥିଲା | ସେହି ଦିନ ଠାରୁ ପ୍ରତ୍ୟେକ ବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ଵାସ୍ତ୍ୟ ଦିବସ ରୂପେ ପାଳନ କରାଯାଇଥାଏ | ଏହି ପରିପ୍ରେକ୍ଷୀ ରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଭାଗୃହରେ ବିଶ୍ୱ ସ୍ଵାସ୍ତ୍ୟ ଦିବସ ପାଳିତ ହୋଇଯାଇଛି | ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼:କ୍ଷେତ୍ରବାସୀ ଦାସ ଙ୍କ ଅଧକ୍ଷତାର ବିଶ୍ୱ ସ୍ୱାସ୍ଥ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ବିଶ୍ୱ ସ୍ୱାସ୍ଥ ଦିବସ ଅବସରରେ ଛାତ୍ରଛାତ୍ରୀ ଓ ଆଶାମାନଙ୍କ ମଧ୍ୟରେ ସ୍ଵାସ୍ତ୍ୟ ସମ୍ବନ୍ଧୀୟ ଏକ କୁଇଜ ପ୍ରତିଯିଗୀତା ଅନୁଷ୍ଠିତ ହୋଇଥିଲା |କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ଵାସ୍ତ୍ୟ ବିଭାଗର ଅଧିକାରୀମାନେ ଯୋଗଦେବା ସହିତ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ,ଆଶାକର୍ମୀ ,ସ୍ଵାସ୍ତ୍ୟ କର୍ମୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ | ଜିଲ୍ଲା ଜନସ୍ଵାସ୍ତ୍ୟ ଯୋଗାଯୋଗ ଅଧିକାରୀଣି ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




