ମଙ୍ଗଳମ ଶାଢ଼ୀ ଶୋ’ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ
ବଜାର ରେ ବିଜୁଳି ବିଭାଗର ସଂଯୋଗ ଖୁଣ୍ଟ ରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ର କାରଣ ବୋଲି ସୁଚନା ଦେଇଛନ୍ତି
ଏପରି ଏକ ଘଟଣା ଘଟିଛି ଅନୁଗୋଳ ଟାଉନ୍ ରେ । ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଅଗ୍ନିକାଣ୍ଡରେ ଏକ ଶାଢ଼ୀ ଶୋ’ ରୁମ୍ ଜଳିଯାଇଛି । ଶୋ’ ରୁମରେ କୌଣସି କାରଣବଶତଃ ନିଆଁ ଲାଗି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଅନୁଗୋଳ ବଜାର ଶଙ୍କର ସିନେମା ରୋଡ୍ ମଙ୍ଗଳମ ଶାଢ଼ୀ ଶୋ’ ରୁମରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡ ଏବେ ଶୋ’ ରୁମ ମାଲିକଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଅଗ୍ନିକାଣ୍ଡରେ ଶୋ’ ରୁମରେ ଥିବ ଅନେକ ଦାମୀ ଶାଢ଼ୀ ଜଳି ପୋଡ଼ି ପାଉଁଶ ହୋଇଛି । ଫଳରେ ଶୋ’ ରୁମ୍ ମାଲିକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏତେ ବଡ଼ କ୍ଷତିକୁ କେମିତି ଭରଣା କରିବେ ସେନେଇ ତାଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଏହି କ୍ଷତିର ପରିମାଣ କେତେ ହେବ ସେନେଇ କିଛି ତଥ୍ୟ ମିଳି ପରିନାହିଁ । ସାଧାରଣ ଭାବେ ଅନେକ ଲୋକ ଶୋ’ ରୁମ ମାଧ୍ୟମରେ ନିଜର ପରିବାର ପ୍ରତିପୋଷଣ କରିବା ସହିତ ଅନ୍ୟମାନଙ୍କୁ ଚାକିରି ଦେବାରେ ମଧ୍ୟ ସହାୟକ ହୋଇଥାନ୍ତି । ତେଣୁ ଏଭଳି ସ୍ଥିତିରେ ଏହି ଅଗ୍ନିକାଣ୍ଡ ଏକାଧିକ ପରିବାରର ଦୁଃଖ ବଢ଼ାଇ ଦେଇଛି । ଘଟଣାସ୍ଥଳରେ ଦମକଳବାହିନୀ ଅଧିକାରୀ ଉମାକାନ୍ତ ନାଏକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ କୌଣସି ପ୍ରକାର ଜୀବନ ହାନି ହୋଇନଥିବା ସୂଚନା ଦେଇଛନ୍ତି।




