(-ଆନେକ୍ସ କପ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ)
ଜଗତସିଂହପୁର
ତା 10/4/23
-ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଜାତୀୟସ୍ତରୀୟ ଆନେକ୍ସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉଛବ ଅନୁଷ୍ଠିତ ହୋଇଯାଇଛି ।ହିନ୍ଦୁସ୍ଥାନ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଇଜର କୁଳପତି ପ୍ରଫେସର ଅଭୟ କୁମାର ନାୟକ ଯୋଗଦେଇଥିବା ବେଳେ ବହୁ ମାନ୍ୟଗଣ ବ୍ୟକ୍ତି ସମ୍ନାନିତ ଅତିଥିଭାବେ ଯୋଗଦେଇଥିଲେ । ଆନେକ୍ସକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୪ ଦିନ ଧରି ବିଭିନ୍ନ ଦଳ ମଧ୍ୟରେ ବହୁ ପ୍ରତିଦ୍ୱନ୍ଦିତାପୂର୍ଣ ଓ ବନ୍ଧୁତାପୁର୍ଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରୁ ୭ ଟି ସୁନାମଧନ୍ୟ କ୍ରିକେଟ ଦଳ ଭାଗନେଇଥିଲେ । ୪ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଥିବା ଖେଳଗୁଡିକ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ କ୍ରିକେଟପ୍ରେମୀ ଆସି ରୁଣ୍ଡ ହୋଇଥବାର ଲକ୍ଷ କରାଯାଇଥିଲା । ଉଦଜାପନି କ୍ରିକେଟ ମ୍ୟାଚ କଟକର ସୁନାମଧନ୍ୟ କ୍ରିକେଟ ଦଳ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ସହିତ ମହାରାଷ୍ଟ୍ର ରାଜ୍ୟ ପୁଣେର ପିଜି ଏକାଡେମୀ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ବିଜେତା ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବକୁ ଅତିଥିମାନେ ୫୦ ହଜାର ଟଙ୍କା ଅର୍ଥରାଶିର ବ୍ୟାଙ୍କ ଚେକ ସହ ଆନେକ୍ସ କପ ଟ୍ରଫି ପ୍ରଦାନ କରିଥିଲେ | ରନର୍ସଅପ ପୁଣେର ପିଜି ଏକାଡେମୀ କ୍ରିକେଟ ଦଳକୁ ମଧ୍ୟ ୩୦ ହଜାର ଟଙ୍କା ଅର୍ଥ ରାଶିର ବ୍ୟାଙ୍କଚେକ ସହ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଉଦଜାପନି କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ବହୁ କ୍ରିକେଟପ୍ରେମୀ ଆଗ୍ରହର ସହ ମ୍ୟାଚ ଉପଭୋଗ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




