କାର୍ଯ୍ୟରତ ମାଳୀ ର ଦରମା ପାଇଁ ସ୍କୁଲ ଗେଟ୍ ରେ ପଡିଲା ତାଲା
ପ୍ରାୟ ୧ ଘଣ୍ଟା ବିଳମ୍ବରେ ସମାଧାନ ହୋଇ ସ୍କୁଲ ରେ ପ୍ରବେଶ କରିଲେ ଛାତ୍ରଛାତ୍ରୀ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତ ର ଅରାହାଟ ଶିକ ସାହି ରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଜଣେ ବ୍ୟକ୍ତି ସ୍କୁଲ ଗେଟ୍ ତାଲା ପକାଇ ଧାରଣା ଦେବାର ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲ ଛାତ୍ରଛାତ୍ରୀମାନେ ଡହ ଡହ ଖରାରେ ପଡିଆରେ ଛିଡା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଦର୍ଶନ ମିଳିନଥିଲା। ଧାରଣାରେ ବସିଥିବା ବ୍ୟକ୍ତି ଜଣଙ୍କ ହେଲେ ଅରାହାଟ ଗ୍ରାମର ନେତ୍ରମଣି ସାମଲ । ନେତ୍ରମଣି ସୂଚନା ଅନୁଯାୟୀ ପ୍ରାୟ ୭ ମାସ ପୂର୍ବରୁ ପ୍ରଧାନଶିକ୍ଷକ ତାଙ୍କୁ ସ୍କୁଲ କାର୍ଯ୍ୟରେ ମାଳି ଭାବେ ନିୟୋଜିତ କରିଥିଲେ ଚାକିରି କରାଇଦେବ କହି ତାଙ୍କ ଠାରୁ ସମସ୍ତ ପ୍ରମାଣ ପତ୍ର ନେଇଥିଲେ । ୨ ମାସ କାର୍ଯ୍ୟ ପରେ କାମ ରୁ ବାହାର କରି ଅନ୍ୟ ଜଣଙ୍କୁ ନିୟୋଜିତ କରିଥିଲେ। ସେଇ ଦିନଠାରୁ ପ୍ରଧାନଶିକ୍ଷକ ଦରମା ଟଙ୍କା ଦେବାରେ ବିଳମ୍ବ କରିବା ସହ ତାରିଖ ର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଶେଷରେ ନେତ୍ରମଣି ନିରୁପାୟ ହୋଇ ସ୍କୁଲ ଗେଟ୍ ତାଲା ପକାଇ ଧାରଣା ଦେଇଥିଲେ। ପ୍ରଧାନ ଶିକ୍ଷକ ସ୍କୁଲ ରେ ୧. ଘଣ୍ଟା ବିଳମ୍ବରେ ଆସି ପହଁଞ୍ଚିବା ପରେ ନେତ୍ରମଣି ଦରମା ଦେବାପରେ ଗେଟ ଖୋଲିଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ପ୍ରବେଶ କରି ପାଠପଢା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ କଥା ଉଠୁଚି କି ମାଳି କାର୍ଯ୍ୟରେ କିଏ ନିୟୋଜିତ କରିଥିଲେ, ନିୟୋଜିତ ପରେ ମାସିକ ଦରମା କାହିଁକି ୭ ମାସ ବିଳମ୍ବ ହେଲା, ପ୍ରଧାନଶିକ୍ଷକ ଆଜି ଯଦି ଟଙ୍କା ନିଜ ପାଖରୁ ଦେଲେ ଏତେ ଦିନ କଣ ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିଲେ ଓ ଆଜି ଯେଉଁ ଗେଟ ତାଲା ପକାଇବା ଦ୍ଵାରା ଛାତ୍ରଛାତ୍ରୀ ଖରାରେ ଛିଡା ହୋଇ ହଇରାଣ ହେଲେ ସେଥିପାଇଁ ଦୋଷୀ କିଏ ଓ ଦୋଷୀ ଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍କୁଲ କାର୍ଯ୍ୟ ଠିକ୍ ରେ ହେଉ ନଥିବାରୁ ସ୍କୁଲ ସଭାପତି ନିଜ ପଦରୁ କିଛିଦିନ ପୂର୍ବରୁ ଇସ୍ତଫା ଦେଇଥିଲେ




