ଶ୍ରୀ ଶ୍ରୀ ଅଷ୍ଟମପ୍ରହର ଅଖଣ୍ଡ ନାମ ଯଜ୍ଞ ବାଙ୍ଗରା ପଞ୍ଚାୟତର ମଲ୍ଲୀକ ସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି।

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ମଲ୍ଲୀକ ସାହି ଠାରେ ଶ୍ରୀ ଶ୍ରୀ ଅଷ୍ଟମପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଶୁଭାଧିବାସ, ଦ୍ଵିତୀୟ ଦିନରେ ଅଖଣ୍ଡ ନାମ ଯଜ୍ଞ ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି।ଏହି ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ ଏହା ଏକ ସୁନ୍ଦର ଭାବାବେଗ ମାହୋଲ ସୁଷ୍ଟି ହୋଇଥାଏ। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି। ଏହି ନାମ ଯଜ୍ଞରେ ଅତିଥି ମାନେ ଯୋଗ ଦେଇଥାନ୍ତି। ଏହି ତିନିଦିନ ରେ ସମଗ୍ର ବାଙ୍ଗରାର ମଲ୍ଲିକ ସାହିରେ ଠାକୁରଙ୍କ ଭଜ ନିତାଇ ଗୈର ରାଧେଶ୍ୟାମ ଜପ ହରେକୃଷ୍ଣ ହରେରାମ ହରେରାମ ପ୍ରତିଧ୍ୱନିରେ ଏକ ଭାବାବେଗ ମାହୋଲ ସୁଷ୍ଟି ହୋଇଥାଏ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରକାଶ ମଲ୍ଲିକ, ଗଣେଶ ମଲ୍ଲିକ,ଅମିତ ମଲ୍ଲିକ, ଅଶୋକ ମଲ୍ଲିକ, ଗଦାଧର ମଲ୍ଲିକ, ଅଜୟ ମଲ୍ଲିକ,ଭୁରୁଙ୍ଗ ମଲ୍ଲିକ,ନିଧିରାମ ମଲ୍ଲିକ ପ୍ରମୁଖଙ୍କ ସମେତ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




