ଦୃର୍ଗାବତୀ ତ ଉଲି ସ୍କୁତି ସଂସଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି





ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆଜିର ସମାଜରେ ସାହିତ୍ୟିକ ମାନେ ସମାଜରେ ପରିବର୍ତ୍ତନ ପାଇଁ ସେମାନଙ୍କ ଲେଖନୀରେ ସ୍ବର ଗୁଞରଣ କରିପାରିବେ ବୋଲି ସାରସ୍ତ୍ରତ ସମାବେଶରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସିଂହପୁର ଗ୍ରାମର ଦୃର୍ଗାବତୀ ତ ଉଲି ସ୍କୁତି ସଂସଦ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତିତ୍ବ କରିଥିଲେ ବିଂଝାରପୁର ବ୍ଳକର ପୃର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାମଲ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ।ଏବଂ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବିଶିଷ୍ଟ ଶିକ୍ଷାବିତ ଓ କବି ପ୍ରମୋଦ ମଲ୍ଲିକ । ସମ୍ମାନିତ ଅତିଥି ଭାବେ ମୁରଲୀଧର ବେହେରା,ଓ ପୁସ୍ତକ ଉନ୍ମୋଚନ ମୁଖ୍ୟ ଅତିଥିଙ୍କ କରକମଳରେ ହୋଇଥିଲା। ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାମଞକୁ ଉଦ୍ ଘାଟନ କରିଥିଲେ। ଏହାପରେ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା।କବି ଖଗେଶ୍ବର ସାହୁ ଉଦଘୋଷକ ଭାବେ କାର୍ଯ୍ୟକ୍ରମ ସଞାଳନ କରିଥିଲେ। ଶିକ୍ଷାବିତ ଓ ସାହିତ୍ୟିକ ପ୍ରଦୀପ କୁମାର ଜେନା ସମ୍ଫାଦକୀୟ ବିବରଣୀ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ଶିକ୍ଷାବିତ ଓ ସମାଜସେବୀ ଶ୍ରୀ ହରି ସାହୁଙ୍କ ରଚିତ କବିତା ପୁସ୍ତକ ସତ୍ୟ ସନ୍ଦେଶ କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ପ୍ରାଧ୍ୟାପକ ଅଜୟ ଓଝା ପୁସ୍ତକର ସମୀକ୍ଷା କରିଥିଲେ।ଏହାପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ପାଞ ଜଣ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ଏକ ବିଶେଷ ଆକର୍ଷଣ ଥିଲା ସୋନାଲି ନାୟକ ନିଜର ମ ଉଷା ହୃଷିକେଶ ସାହୁଙ୍କୁ ନିଜର ଲିଭର ପ୍ରଦାନ କରିଥିଲେ ତାଙ୍କୁ ଏହି ଉତ୍ସବରେ ବିଶେଷ ଭାବରେ ସମ୍ବର୍ଦ୍ଧନା କରାଯାଇଥିଲା। ଦୃର୍ଗାବତୀ ତ ଉଲି ସ୍କୁତି ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ଅକ୍ଷୟ କୁମାର ବେହେରା,ବସନ୍ତ କୁମାର ସାହୁ, ସରୋଜ କୁମାର ସାହୁ,ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




