ସିଦ୍ଧିଦିବସ ଉପଲକ୍ଷେ ବୁଢ଼ାପଙ୍କ,ଅନୁଗୁଳ ଦିବ୍ୟ ଦର୍ଶନ ଆଶ୍ରମ ରେ ସତସଙ୍ଗ କାର୍ଯ୍ୟକ୍ରମ


ଅନୁଗୋଳ/ ବଅଁରପାଳ ୧୪/୦୩ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦିବ୍ୟ ଦର୍ଶନ ସଂଘ ଠାରେ ଶୁକ୍ରବାର ମହା ବିଷୁବ (ପଣା) ସଂକ୍ରାନ୍ତି ର ପବିତ୍ର ଦିବସର ସନ୍ଧ୍ୟାରେ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୫୭ତମ ସିଦ୍ଧି ଦିବସ ଉତ୍ସବ ସତସଂଗ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଅଞ୍ଚଳର ଶହ ଶହ ଭାଇ ଭଉଣୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ବୁଢ଼ାପଙ୍କ ଆଶ୍ରମ ପରିଚାଳକ ପଙ୍କଜ ଭାଇର ପୂଜ୍ୟ ସଦଗୁରୁଦେବ ଶ୍ରୀ ଅର୍ଜ୍ଜୁନ ନିଜର ନିରନ୍ତର ସାଧନା ଫଳରେ କିପରି ମାତ୍ର ୩୩ ବର୍ଷ ବୟସରେ ୧୯୬୭ ମସିହା ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ସଂନ୍ଧ୍ୟାରେ ପରମ ସିଦ୍ଧି ପ୍ରାପ୍ତ କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ସତସଂଗ, ଦୀକ୍ଷା ଦିବସ ପାଳନ ତଥା ଗୁରୁଙ୍କର ୫୭ ତମ ସିଦ୍ଧି ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ଭାଇ ଭଉଣୀ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ର ବ୍ୟବସ୍ତା କରାଯାଇଥିଲା। ସମସ୍ତେ ପ୍ରସାଦ ସେବନ କରି ସାରିବା ପରେ ଉତ୍ସବ ଉଦଯାପିତ ହୋଇଥିଲା।




