ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ସାନ ଭାଇ ଆଶ୍ରଫକୁ ଗୁଳି କରି ହତ୍ୟା
ପ୍ରୟାଗରାଜରେ ମାଫିଆ ଡନ ତଥା ରାଜନେତା ଆତିକ ଅହମ୍ମଦ ଏବଂ ତାର ଭାଇ ଆଶ୍ରଫକୁ ତିନି ଦୁର୍ବୃତ୍ତ ହତ୍ୟା କରିବା ପରେ ଏହି ଘଟଣାରେ ନ୍ୟାୟିକ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଏହି ଘଟଣା ବିଷୟରେ ଅବଗତ ହେବା ପରେ ସେ ସଙ୍ଗେ ସଙ୍ଗେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ସମଗ୍ର ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।




