ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ପାଳିତ

ଅନୁଗୋଳ,ତା.୧୫.୪:- ଜିଲ୍ଲା ପରିଷଦ ଓ ଜିଲ୍ଲା ସମାଜ ମଙ୍ଗଳବିଭାଗର ମିଳିତ ଆନୁକୁଲ୍ଯରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୦୨୬ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଯୋଗ ଦେଇଥିଲେ ।

ମହିଳାମାନଙ୍କ ସଶକ୍ତିକରଣ ଏବଂ ସମାଜରେ ସେମାନଙ୍କର ଅତୁଳନୀୟ ଅବଦାନକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, କଳା, କୃଷି ଏବଂ ସାମାଜିକ ସେବା ଭଳି ଭିନ୍ନ ଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ପ୍ରତିଭାଶାଳୀ ମହିଳାମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମଞ୍ଚରେ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ସଂସଦ ସଂଯୋଜିକା ଶ୍ରୀମତୀ ପ୍ରତିମା ମିଶ୍ର, ସଂସଦ ସହ ସଂଯୋଜିକା ଶ୍ରୀମତୀ ସୁଚିସ୍ମିତା ତ୍ରିପାଠୀ, ଓଡିଶା ରାଜ୍ୟ ଶିଶୁ ଅଧିକାରୀ ଓ ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ ସୁଜାତା ନାୟକ, ଉପଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଯୋଗେଶ୍ୱରୀ ବେହେରା, ବରିଷ୍ଠ ଶିକ୍ଷାବିତ୍ ଶ୍ରୀମତୀ ଇନ୍ଦିରା ଦାସ, ସମାଜସେବୀ ଶ୍ରୀମତୀ କ୍ରିଷ୍ଣା ମହାନ୍ତି, ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶୋଭାଗିନୀ ଦେବୀ, ଓକିଲ ଶ୍ରୀମତୀ ମମତା ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିରୁପମା ପାଣି, ଜିଲ୍ଲା ପଞ୍ଚାୟତ ଅଧୀକାରୀ ଶ୍ରୀମତୀ ଚିନ୍ମୟୀ ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ସଂଘର୍ଷ ଓ ସଫଳତାର କାହାଣୀ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହିଳା ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷା, କାଉନସିଲର, ଜିଲ୍ଲାପରିଷଦ ସଦସ୍ୟାଙ୍କ ସମେତ ନର୍ସିଂ କଲେଜର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବସ ଉପଲକ୍ଷେ ଏକ ରାଲିର ଅ।ୟୋଜନ ମଧ୍ୟ କରାଯାଇଥିଲା ।



