ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ



ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅରେଇ ପଞ୍ଚାୟତର ବରୁଣେଶ୍ଵର କଲ୍ୟାଣ ମଣ୍ଡପ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି।ବ୍ଳକ ବିଜୁଜନତା ଦଳର ସଭାପତି ତଥା ୨୬ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂର୍ଣ୍ଣ କରିବାକୁ ରାଜ୍ୟରେ ବିଜୁ ଜନତାଦଳ ଗ୍ରାମାଞ୍ଚଳର ବିକାଶ ସହିତ ସବୁ ବର୍ଗର ଲୋକଙ୍କ ପାଇଁ ବହୁ ଜନହିତକର ଯୋଜନା ପ୍ରଣୟନ କରି ଲୋକଙ୍କୁ ଉତମ ଶାସନ ବ୍ୟବସ୍ଥା ଦେବାକୁ ପ୍ରୟାସ ଜାରି ରହିଛି। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସମାଜସେବୀ କୈଳାସ ସେଠୀ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା, ଅହଲ୍ୟା ସ୍ବାଇଁ ସୁନିତା ନାୟକ ଖଗେଶ୍ବର ମହାନ୍ତି, ସରପଞ୍ଚ ସ୍କୁତି ସମିକ୍ଷା ମଲ୍ଲିକ, ନିର୍ବାଚନ ମଣ୍ଡଳୀ ସଭାପତି ମୁରଲି ବେହେରା,ଲାୟକ ଅଲ୍ଲି ଖାନ, ଛାତ୍ର ବିଜୁଜନତା ଦଳର ସଭାପତି ଲେନିନ ଦାସ,ଯୁବ ବିଜେଡ଼ି ସଭାପତି ଦିଲ୍ଲିପ କୁମାର ରାଉଳ, ସରପଞ୍ଚ ପାର୍ବତୀ ମଲ୍ଲିକ, ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ହଳଦୀଡିହ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ରଶ୍ମିରଞ୍ଜନ ନାୟକ , ରଞ୍ଜନ ଜେନା, ସରପଞ୍ଚ ସୁଶାନ୍ତ କୁମାର ଦାଶ, ହେମେନ୍ଦ୍ର ସାମଲ, ସରପଞ୍ଚ ଏମଡି ସବିର,ନିଶିପ୍ରଭା ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




