ପ୍ରଚଣ୍ଡ ଖରାରେ ଦୋକାନ ଘର ଉଛେଦ
ଆଜି ଚୌଦ୍ଵାର ଜଗତପୁର ଵ୍ୟାରେଜ୍ ରାସ୍ତା ର ଉଭୟ ପାର୍ଶ୍ଵ ରେ ଥିବା ଦୋକାନ ଘର ଉଚ୍ଛେଦ କରାଯାଇଛି । ବ୍ୟାରେଜ ଛକ ରୁ ଚୌଦ୍ୱାର ବ୍ୟାରେକ ର ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ 35 ନବର୍ଷରୁ ଅଧିକ ସମୟଧାରୀ ବ୍ୟବସାୟ କରୁଥିବା ବହୁ ଯୁବକ ଆଜି ବେରୋଜଗାର ହୋଇଛନ୍ତି । ସରକାର କୌଣସି ନୋଟିସ ନଦେଇ କିମ୍ବା ସେମାନଙ୍କର କୌଣସି ବିକଳ୍ପ ବ୍ୟବସ୍ଥା ନକରି ବୋଲ୍ଡୋଜର ଲଗାଇ ଦୋକାନ ଗୁଡିକୁ ଭାଙ୍ଗିଦେଇଛନ୍ତି । ଏହି ପ୍ରଚଣ୍ଡ ଖରାରେ ନିଜ ଭଙ୍ଗା ଘରୁ ବହୁ କଷ୍ଟରେ କିଛି ଜିନିଷ ସାଉଁଟି କାନ୍ଦୁଥିବାର ଦେଖାଯାଇଛି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍।




