ଓ. ଟି. ଏମ୍. ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଆନନ୍ଦିକା – ୨୦୨୩ ପାଳିତ ।





କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ଓ. ଟି. ଏମ୍. ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଆନନ୍ଦିକା – ୨୦୨୩ ପାଳିତ ହୋଇଯାଇଛି। କୁନି କୁନି ପିଲାମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଦେବା ପାଇଁ ଏକ ଅଭିନବ ପ୍ରୟାସ ଆନନ୍ଦିକା – ୨୦୨୩ ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯାଇଥିଲା। ଏହି ଆନନ୍ଦିକା – ୨୦୨୩ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ସାହୁ ଙ୍କ ଆୟୋଜନରେ କରାଯାଇଥିଲା। ପ୍ରଥମେ ପ୍ରଦୀପ ପ୍ରଯୋଳନ କରାଯାଇ ବନ୍ଦେ ଉତ୍କଳ ଜନନୀ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହ ନିଜ ଅଞ୍ଚଳ ତଥା ଏହି ବିଦ୍ୟାପୀଠର ଟେକ ରଖିଛନ୍ତି ସେମାନଙ୍କୁ ପୁଷ୍ପତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।




