ଚୌଦ୍ଵାର ରେ କୈବର୍ତ୍ତ ସଂଘ ପକ୍ଷରୁ ଚୈତ୍ର ମହୋତ୍ସବ ପାଳିତ
ଆଜି କଟକ ଜିଲ୍ଲା ଚୌଦ୍ୱାର ସ୍ଥିତ ପାଲା ମଣ୍ଡପ ଠାରେ ବାଜି ରାଉତ୍ କୈବର୍ତ୍ତ ସଂଘ ପକ୍ଷରୁ ଚୈତ୍ର ମହୋତ୍ସବ ପାଳିତ ହୋଇଯାଇଛି ।
ଏହି ଅବସରରେ କୈବର୍ତ୍ତ ସଂଘ ପକ୍ଷରୁ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ଡାଇନା ଡାନ୍ସ ସ୍କୁଲ ର ପିଲାମାନେ ବିଭିନ୍ନ ପ୍ରକାରନୃତ୍ୟ ପରିବେଷଣ କରିଥିଲେ। ପ୍ରଥମେ ରାଷ୍ଟ୍ରପତି ପୁରସ୍କୃତ ପଦ୍ମଶ୍ରୀ ଡକ୍ଟର ଉତ୍ସବ ଚରଣ ଦାସ ଙ୍କ ଦ୍ଵାରା ଚଇତି ଘୋଡ଼ା ନାଚ ଏବଂ ଗୋଟିପୁଅ ନାଚ ପରିବେଷଣ କରାଯାଇଥିଲା । ସମ୍ବଲପୁର ରୁ ଆସିଥିବା କଳାକାର ଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟଯନ୍ତ୍ର ପରିବେଷଣ କରାଯାଇଥିଲା। ଏହି କାର୍ଯକ୍ରମ ରେ
ବଜି ରାଉତ୍ କୈବର୍ତ୍ତ ସଂଘର ସଭାପତି ବିଜୟ କୁମାର ବେହେରା, ସମ୍ପାଦକ ମଙ୍ଗରାଜ ବେହେରା ୪ନମ୍ବର ୱାର୍ଡ କାଉନସିଲର ଅଜୟ କୁମାର ବେହେରା ,ଗିରିଧାରୀ ବେହେରା, ସୁବାସ ଦଳେଇ, ପାଲାମଣ୍ଡପ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ମହୋତ୍ସବ ପାଳନ କରାଯାଇଥିଲା ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀୟୁଜ୍ ।




