ବିଜେପୁର ଥାନାଞ୍ଚଳରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଥାନାରେ ମାମଲା,୫ ଅଭିଯୁକ୍ତ ଫେରାର
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଲଜ୍ୟା ଜନକ ଘଟଣା। ଏହି ଥାନା ଅଞ୍ଚଳର ବେନଗାଁ ଠାରେ ମାଁ ତାରିଣୀ ଯାତ୍ରା ହେଉଥିବା ବେଳେ ଏଥିରେ ହେଉଥିବା ନାଟକ ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତିନଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ତିନିଜଣ ନାବାଳିକାଙ୍କୁ ସେହି ଥାନାଞ୍ଚଳର ୫ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଏବେ ବିଜେପୁର ଥାନାରେ ରୁଜୁ ହେଇଛି। ଏନେଇ ପିଡିତଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବିଜେପୁର ଥାନାଧିକାରୀ ଲିଙ୍ଗରାଜ ସେଠି ମାମଲାର ତଦନ୍ତ କରୁଛନ୍ତି। ତେବେ ଅଭିଯୁକ୍ତ ୫ଜଣ ଫେରାର ହୋଇଯାଇଥିବା ବେଳେ ୩ଜଣ ନାବାଳିକାଙ୍କ ଆଜି ଡାକ୍ତରୀ ମାଇନା କରାଯାଇଛି।




